jsm

ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା ୨୦୨୩’ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ

csstore

ଚନ୍ଦନଭାଟୀ, (କେପିଏନ୍‌ଏସ୍‌) : ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ ୨୦୨୩ -୨୪ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି । ଦୀର୍ଘ ଆଠ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ସାଂସ୍ମୃତିକ, କ୍ରୀଡ଼ା, ସାମାଜିକ ସଚେତନତା ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ମୁଖ୍ୟ ଅତିଥି ଏବଂ ଚନ୍ଦନଭାଟୀ ଗ୍ରାମ ପଞ୍ଚାୟତର ସଭ୍ୟା ଶ୍ରୀମତୀ ସଙ୍ଗୀତା ପାଣିଗ୍ରାହୀ ଓ ଶ୍ରୀମତୀ ସରିତା ବାଗ ଅଧ୍ୟକ୍ଷା ବଲାଙ୍ଗିର ପଞ୍ଚାୟତ ସମିତି ସମ୍ମାନୀତ ଅତିଥିଭାବେ ଯୋଗଦାନ କରି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଅଞ୍ଚଳର ଶିକ୍ଷା ତଥା ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ମହତ୍ୱ ଉପରେ ଆଲୋଚନା କରିଥିଲେ । ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ସଙ୍ଗୀତା ପାଣିଗ୍ରାହୀ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଶିକ୍ଷାର ବିକାଶ ନହେଲେ ଦେଶର ବିକାଶ ଅସମ୍ଭବ ଆଜିର ଯୁବ ସମାଜ ଶିକ୍ଷା କ୍ଷେତ୍ରରେ, କ୍ରୀଡ଼ା କ୍ଷେତ୍ରରେ, ସାମାଜିକ କ୍ଷେତ୍ରରେ, ରାଜନୈତିକ କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରି ଦେଶକୁ ବିକାଶ ଧାରାରେ ଆଗେଇ ନେବା ପାଇଁ ଅନୁରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଣଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ଚନ୍ଦନଭାଟୀ ସୁଦାମ ଚରଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ପଣ୍ଡା ସଭା ପରିଚାଳନା କରିବାସହ ଦଧିବାବନ ପ୍ରଧାନ, ହୃଦାନନ୍ଦ ଦାଶ, ପ୍ରଶାନ୍ତ ଖମାରୀଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ । ଶେଷରେ ଅତିଥିମାନଙ୍କ ଦ୍ୱାରା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

yuvodaya
Leave A Reply

Your email address will not be published.