ଆସନ୍ତାକାଲି ଶପଥ ନେବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଡକ୍ଟର ମୋହନ ଯାଦବ ଆସନ୍ତାକାଲି ଶପଥ ଗ୍ରହଣ କରିବେ । ଗତକାଲି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ଶ୍ରୀ ଯାଦବ ରାଜଭବନ ଯାଇ ରାଜ୍ୟପାଳ ମଙ୍ଗୁଭାଇ ପଟେଲଙ୍କୁ ସାକ୍ଷାତ କରି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏଥିସହିତ ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ କ୍ୟାବିନେଟ୍‌‌ର ଇସ୍ତଫା ଗ୍ରହଣ କରିଛନ୍ତି । ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ଜଗଦୀଶ ଦେୱରା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି ।

Leave A Reply

Your email address will not be published.