ଯୁବ ଓଡିଶା, ନବୀନ ଓଡିଶା ଯୁବ ବିକାଶ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଳକ୍ ଅନ୍ତର୍ଗତ ଖଣ୍ଡିଦେଉଳି ଗ୍ରାମରେ ଅବସ୍ତିତ ସହିଦ ଭଗତସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ଵାରା ପରିଚାଳିତ “ଯୁବ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ମାଧ୍ୟମରେ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରାଧ୍ୟ୍ୟାପକ ଦିବାକର ସ୍ୱାଇଁ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ “ଯୁବ ଓଡ଼ିଶା ନବୀନ ଓଡ଼ିଶା” ନୋଡାଲ ଅଧିକାରୀ ବରିଷ୍ଠ ଅଧ୍ୟ୍ୟାପକ ସରୋଜ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟ୍ୟାପକ ଭଗବାନ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥିଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଆଜିର ଛାତ୍ର କାଲିର ଭବିଷ୍ୟତ ଛାତ୍ର ସମାଜ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଅଟେ । ଛାତ୍ରଙ୍କ ସହଯୋଗରେ ସମାଜରୁ ଏଡ଼ସ୍‌, ଯୌତୁକପ୍ରଥା, ଗୁଣି ଗାରେଡି, ଗର୍ଭବତୀ ମହିଳାଙ୍କୁ ମେଡିକାଲ ପଠାଇବା, ସମ୍ବିଧାନକୁ ମାନି ଚାଲିବା । ଖେଳକୁଦ, ସଂଗୀତ ଓ ସଂସ୍କୃତିକୁ ଛାତ୍ରମାନଙ୍କ ଦ୍ୱାରା ଦେଶକୁ ଓ ରାଜ୍ୟକୁ ଆଗେଇ ନେବା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଓ ନବୀନ ସରକାରଙ୍କ ମୁଖ୍ୟ ଆଭିମୁଖ୍ୟ । ମୁଖ୍ୟବକ୍ତାଭାବେ ସ୍କୁଲ ପ୍ରତିଷ୍ଠାତା ଓ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ଗୌଡ଼, ସଂମ୍ମାନିତ ଅତିଥିଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,୧୪ଜୋନ୍‌ ଜିଲ୍ଲା ପରିଷଦ ପ୍ରତିନିଧି ଗଗନ ସ୍ୱାଇଁ, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଖଣ୍ଡିଦେଉଳି ସରପଞ୍ଚ ବୈରାଗୀ ବେହେରା, ସମାଜସେବୀ ଓ ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ନାୟକ, ଜିଲ୍ଲା ଛାତ୍ର ବିଜେଡି ଉପସଭାପତି ସାନୁ ମହାପାତ୍ର, ଖେଳକୁଦ ନୋଡାଲ ଅଧିକାରୀ ଅଧ୍ୟ୍ୟାପକ ଅଭିରାମ ସାହୁ ପ୍ରମୁଖ ମଞ୍ଚାସିନ ଥିଲେ । ଶେଷରେ ଅଧ୍ୟ୍ୟାପକ ମୋଚିରାମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳକୁଦ ନୋଡାଲ ଅଧିକାରୀଙ୍କ ଦ୍ୱାରା ଛାତ୍ରଛାତ୍ରୀ ଖେଳରେ ଭାଗ ନେଇଥିଲେ । ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.