csstore

ମଦନପୁର ବିଦ୍ୟାଳୟର ଶତବାର୍ଷିକୀ ସ୍ମାରକୀ ଉତ୍ସବ

ମ,ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ,ରାମପୁର ବ୍ଲକ୍ ମଦନପୁର ସରକାରୀ ବିଦ୍ୟାଳୟର ୧୭ତମ ଶତବାର୍ଷିକୀ ସ୍ମାରକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସରପଞ୍ଚ କେତକୀ ଦଣ୍ଡିଆ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସହଦେବ ପାଢ଼ୀ, ସମ୍ମାନୀତ ଅତିଥି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଭାର ପ୍ରାପ୍ତ ଅଧ୍ୟକ୍ଷ ସଙ୍କୀର୍ତ୍ତନ ବେହେରା, ସି ଆର୍‌ ସିସି ଥବୀର ପଧାନ, ସମିତି ସଭ୍ୟା ପଦ୍ମିନୀ ଭୋଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଦୁର୍ଯ୍ୟୋଧନ ସିଂ । ସାମ୍ବାଦିକ ହେମନ୍ତ ସାହୁଙ୍କ ମଞ୍ଚ ପରିଚାଳନାରେ ପ୍ରାରମ୍ଭ ମଞ୍ଚ ପୂଜା, ଛାତ୍ରୀମାନଙ୍କ ଦ୍ଵାରା ସ୍ୱାଗତ ନୃତ୍ୟ ପରିବେଷଣ ପରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ବିବରଣୀ ପଠନ କରିଥିଲେ । ତୃତୀୟ ଶ୍ରେଣୀ ଛାତ୍ର ଯୋଗୀନ୍ଦ୍ର ପଣ୍ଡା ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ସହକାରୀ ଶିକ୍ଷକ ରମାକାନ୍ତ ସେନାପତି ସ୍ୱାଗତ ଅଭିଭାଷଣ ତଥା ଅତିଥି ପରିଚୟ ପ୍ରଦାନ ଓ ଶିକ୍ଷୟିତ୍ରୀ ମମତା ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ପ୍ରିୟତମା ସାହୁ ସହଯୋଗ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ଏବଂ ଏଥିରେ ପରିଚାଳନା କମିଟିର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.