csstore

ଟିଟିଲାଗଡ଼ରେ ଏଲ୍‌ଆଇସିର ସମ୍ବଲପୁର ମଣ୍ଡଳସ୍ତରୀୟ ଏସ୍‌ସି, ଏସ୍‌ଟି ବୁଦ୍ଧିଷ୍ଟ କଲ୍ୟାଣ କର୍ମଚାରୀ ସଂଘର ୩୦ତମ ଡିଭିଜନାଲ କନ୍‌ଫରେନ୍ସ୍‌ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ପ୍ରଥମ ଥର ପାଇଁ ଏସ୍‌ସି, ଏସ୍‌ଟି, ବୁଦ୍ଧିଷ୍ଟ ଏଲ୍‌ଆଇସି କଲ୍ୟାଣ କର୍ମଚାରୀ ସଂଗଠନର ଡ଼ିଭିଜନାଲ କନ୍‌ଫରେନ୍ସ୍‌ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଏଲ୍‌ଆଇସିର ସର୍ବଭାରତୀୟ ସଭାପତି ଆନନ୍ଦ ପ୍ରକାଶ ଟପୋ, ସମ୍ମାନିତ ଅତିଥି ଭାବେ ସର୍ବଭାରତୀୟ ସମ୍ପାଦକ ଏସ୍‌ ଜେ ମହେଶ ପ୍ରସାଦ (ପ୍ରଚାର ପ୍ରସାର), ସର୍ବ ଭାରତୀୟ ସମ୍ପାଦକ ସି. ସିଦ୍ଧାର୍ଥନ, ପ୍ରାନ୍ତୀୟ ସମ୍ପାଦକ ମନୋଜ କୁମାର, ଟିଟିଲାଗଡ଼ ଆୟୋଜକ କମିଟିର ସଂପାଦକ ସୁମନ ସୌରଭ ପରିଛା, ଆୟୋଜକ କମିଟିର ସଭାପତି ମହେଶ ପାଣ୍ଡେ ମଞ୍ଚାସୀନ ଥିଲେ । ଏହି କନ୍‌ଫରେନ୍ସ୍‌ରେ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଡିଭିଜନାଲ ସ୍ତରୀୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ସଭାପତି ଭାବରେ ଆରପି ଓରାମ, ଉପ ସଭାପତି ଭାବରେ ମକର୍ଧନୀ ମାଝି, ସାଧାରଣ ସମ୍ପାଦକ ବାବୁଲାଲ ବାରିକ, ସମ୍ପାଦକ ଏଡ୍‌ମିନ୍‌ ସୁମନ ସୌରଭ ପରିଚ୍ଛା, ସାଂଗଠାନିକ ସମ୍ପାଦକ ଡିଏଲ ଦୋରା, ପ୍ରଚାର ପ୍ରସାର ସମ୍ପାଦକ ଅଭିଷେକ ସ।ହା, ସହ ସମ୍ପାଦକ ଅଭିଷେକ ସାହା, ବିପିନ ବାରିକ, ଭୀଷ୍ମ ଦେବ କାଲୋ, ପ୍ରୀୟ।ନ୍ସି ମଲ୍ଲିକ, ରିନା ପାତ୍ର, କୋଷାଧ୍ୟକ୍ଷ ଦିଲେଶ୍ୱର କେରକେଟା, ଆଡିଟର ଇନ୍ଦ୍ରଜିତ ନେଟିଙ୍କୁ ଚୟନ କରାଯାଇଛି । ଏହି ଅବସରରେ ଏସ୍‌ସି, ଏସ୍‌ଟି ଉନ୍ନୟନ ମୂଳକ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିବା ସହ ଆଗକୁ କଣ କଣ କରାଯିବ ସେ ନେଇ ବିଚାର ବିମର୍ଶ କରିବା ସହ ଭାବର ଆଦାନ ପ୍ରଦାନ କରଯାଇଥିଲା ।

jayashree
Leave A Reply

Your email address will not be published.