ବାରଙ୍ଗ : ରାଜଧାନୀରେ ପୁଣି ସଡକ ଦୁର୍ଘଟଣା । ଡିଭାଇଡର୍ ଭାଙ୍ଗି ବସ୍କୁ ଧକ୍କା ଦେଲା କାର୍ । ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନନ୍ତି । ଖବର ଅନୁଯାୟୀ, ରବିବାର ଭୋର୍ ସମୟରେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଥିବା ମେଲଣ ପଡିଆ ସମ୍ମୁଖରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ପଟିଆରୁ ଡମଣା ରାସ୍ତାରେ ଦ୍ରୁତ ଗତିରେ ଏକ କାର୍ ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଡିଭାଇଡର୍ରେ ପିଟି ହୋଇଥିଲା । ଏହାପରେ ଏକ ଯାତ୍ରୀବାହୀ ବସ୍ ସହିତ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଏହାପରେ ଚନ୍ଦ୍ରଶେଖରପୁର ଥାନା ପୋଲିସ୍ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ମେଡିକାଲ୍ର ଭର୍ତ୍ତି କରିଛନ୍ତି । ଏବେ ଯାଏଁ କାହାରି ପରିଚୟ ମିଳିପାରିନାହିଁ । ଚନ୍ଦ୍ରଶେଖପୁର ପୋଲିସ୍ ଘଟଣାସ୍ଥଳରେ ଥିବା ଦୁର୍ଘଟଣାଗ୍ରସ୍ଥ ଗାଡିକୁ ଜବତ୍ କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି ।
Prev Post