ଫିଲିପାଇନ୍‌ସ୍‌ ବିଶ୍ୱବିଦ୍ୟାଳୟ ଜିମ୍‌ରେ ବିସ୍ଫୋରଣ : ୩ ମୃତ, ୯ ଆହତ

ମାନିଲା : ଦକ୍ଷିଣାଞ୍ଚଳ ଫିଲିପାଇନ୍‌ସ୍‌ସ୍ଥିତ ମିଣ୍ଡାନାଓ ଷ୍ଟେଟ୍‌ ୟୁନିଭର୍ସିଟି ‘ଜିମ୍‌ନାସିୟମ୍‌’ରେ କ୍ୟାଥୋଲିକ୍‌ ସମ୍ପ୍ରଦାୟର ଉପାସକମାନେ ସମବେତ ହୋଇଥିବା ବେଳେ ବିସ୍ଫୋରଣ ଘଟିବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଓ ୯ଜଣ ଆହତ ହୋଇଥିବା କଥା ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି । ଧାର୍ମିକ ସମାବେଶ ସମୟରେ ହିଂସାକାଣ୍ଡ ଘଟିବାରୁ ମିଣ୍ଡାନାଓ ଷ୍ଟେଟ୍‌ ୟୁନିଭର୍ସିଟି ଗଭୀର ଦୁଃଖ ପ୍ରକାଶ କରିବା ସହିତ ବିସ୍ମିତ ହୋଇଯାଇଛି । ‘ଫେସ୍‌ବୁକ୍‌’ରେ ପୋଷ୍ଟ୍‌ କରିଥିବା ବିବୃତିରେ ୟୁନିଭର୍ସିଟି ଲେଖିଛି, ଏଭଳି ନିର୍ମମ ଓ ଭୟାବହ କାଣ୍ଡକୁ ଆମେ ନିଃସନ୍ଦେହ ଦୃଢ଼ ନିନ୍ଦା କରୁଛୁ ।

Leave A Reply

Your email address will not be published.