ଧାନ କମାଲେ ବିକ୍ରି ନାଇଁ, ପାଠ ପଢଲେ ଚାକିରି ନାଇଁ : ସରକାରୀ କଲେଜ ନୂଆ-ଓ କାର୍ଯ୍ୟକ୍ରମରେ ଗର୍ଜିଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏହି କଲେଜ ପୂର୍ବରୁ ବଲାଙ୍ଗିର ସାନ୍ଧ୍ୟ କଲେଜ ଭାବେ ପରିଚିତ ଥିଲା । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସରକାରରେ ମୁଁ ଆଇନ ମନ୍ତ୍ରୀ ଥିବା ସମୟରେ ଏହି କଲେଜକୁ ଆମେ ସରକାରୀ ମାନ୍ୟତା ଆଣିବାରେ ସଫଳ ହୋଇଥିଲୁ । ସେତେବେଳେ ଏହି କଲେଜର ଏଭଳି କୋଠା କି ଶ୍ରେଣୀଗୃହ ନଥିଲା । କିନ୍ତୁ ଅଧ୍ୟାପକ, ଅଣଅଧ୍ୟାପକ କର୍ମଚାରୀ ସମସ୍ତ ପଦବୀ ପୁରଣ ଥିଲା । ହେଲେ ଆଜି ଏହି ସରକାରଙ୍କ ଅମଳରେ ଭିତ୍ତିଭୂମି ତ ରହିଛି । କିନ୍ତୁ ପାଠ ପଢିବା ପାଇଁ ଯାହା ମୁଖ୍ୟ ଉପାଦନ ଶିକ୍ଷକ କର୍ମଚାରୀ ଓ ଅଣଶିକ୍ଷକ କର୍ମଚାରୀ ପଦବୀ ପ୍ରାୟତଃ ଖାଲି ରହୁଛି । ଶିକ୍ଷାୟତନମାନଙ୍କରେ ଯଦି ଶିକ୍ଷକ, ଅଣ ଶିକ୍ଷକ ପଦବୀ ଖାଲି ପଡ଼ିବ ତେବେ ସରକାର ଦେଉଥିବା ନୂଆ ଓଡ଼ିଶା ଗଠନର ସ୍ଲୋଗାନ, ଫମ୍ପା ସ୍ଲୋଗାନରେ ହିଁ ରହିଯିବ ବୋଲି ସ୍ଥାନୀୟ ବଲାଙ୍ଗିର ସରକାରୀ ମହାବିଦ୍ୟାଳୟରେ ସରକାରଙ୍କ ଦ୍ୱାରା ଆୟୋଜିତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ- ‘ଓ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଚାଷୀ ଧାନ କମାଲେ ବିକ୍ରି ନାଇଁ, ଛାତ୍ରଛାତ୍ରୀ ପାଠ ପଢଲେ ଚାକିରି ନାଇଁ । ତେବେ ଏପରି ସ୍ଥଳେ ଛାତ୍ରଛାତ୍ରୀ ହୁଅନ୍ତୁ କି ସାଧାରଣ ଜନତା ହୁଅନ୍ତୁ, ରୋଜଗାର ନମିଳିଲେ ଲୋକଙ୍କର ବିକାଶ ହେବ କେମିତି । ଲୋକେ କେବଳ ଫମ୍ପା ପ୍ରତିଶୃତିରେ ଠକେଇର ଶିକାର ହେଉଛନ୍ତି । ତେଣୁ ନୂଆ ଓଡ଼ିଶାର ଗଠନ କରିବାର ଅଛି, ତେବେ ଛାତ୍ର, ଯୁବକ, କୃଷକ, ଶ୍ରମିକଙ୍କ ପ୍ରତ୍ୟେକ ଅସୁବିଧାକୁ ବୁଝି ସରକାର ତାର ସମାଧାନର ପନ୍ଥା ବାହାର କରିବାର ନିହାତି ଆବଶ୍ୟକତା ରହିଛି ବୋଲି କହିଥିଲେ । କଲେଜ ଅଧ୍ୟକ୍ଷ ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ପୂର୍ବତନ ଅଧ୍ୟକ୍ଷ ଡ. ଅଶୋକ କୁମାର ମହାପାତ୍ର ସ୍ୱାଭିମାନୀ ଛାତ୍ର ସମାଜ ଗଠନ ଉପରେ ଗୁରୁତ୍ୱ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକରେ ନୃତ୍ୟ, ରେମ୍ପ ସୋ’, ନାଟକରେ ଛାତ୍ରଛାତୀମାନେ ଅଂଶଗ୍ରହଣ କରି ପରିବେଷଣ କରିଥିଲେ । ନୋଡାଲ ଅଧିକାରୀ ଡ. କୌତୁକ ପନ୍ଦର ସଭା ପରିଚାଳନା କରିଥିଲେ । ଅତିଥି ବକ୍ତା ଡ. ଅମୃତ ସିଂ ବରିହା କାର୍ଯ୍ୟକ୍ରମ ବିଷୟରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଶେଷରେ ଅଧ୍ୟାପକ ହୃଷିକେଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.