centurian jitm

ହଳଦୀର ବିବାହିତ ଯୁବକ ଚେନ୍ନାଇରୁ ନିଖୋଜ : ଥାନାରେ ଏତଲା

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ହଳଦୀ ଗ୍ରାମର ଭରତଲାଲ ବାଗ ନାମକ ଜଣେ ବିବାହିତ ଯୁବକ ସୁଦୂର ଚେନ୍ନାଇ ଯାଇ ସେଠାରେ ୮ ଦିନ ହେବ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ଧର୍ମପତ୍ନୀ ଭାରତୀ ବାଗ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଭାରତୀଙ୍କ ଲିଖିତ ଏତଲା ଅନୁସାରେ ତାଙ୍କ ସ୍ଵାମୀ ଭରତଲାଲ ବାହାର ରାଜ୍ୟରେ କାମଧନ୍ଦା କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି । ଗତ ୧୪ ତାରିଖ ଦିନ ସେ କାମଧନ୍ଦା କରିବା ପାଇଁ ଚେନ୍ନାଇର ତ୍ରିପୁର ସହରକୁ ଯାଇଥିଲେ । ଗତ ୨୨ତାରିଖ ପର୍ଯ୍ୟନ୍ତ ସ୍ତ୍ରୀ ଭାରତୀ ତାଙ୍କ ସହିତ ଫୋନରେ ଅନେକ ଥର କଥାବାର୍ତ୍ତା ହୋଇଥିଲେ । ସ୍ଵାମୀ ଗଲାଦିନରୁ ପ୍ରତିଦିନ ସ୍ତ୍ରୀଙ୍କ ଭଲମନ୍ଦ ବୁଝିବା ସହ ଏକମାତ୍ର ପୁଅର କଥା ମଧ୍ୟ ପଚାରୁଥିଲେ । କିନ୍ତୁ ଗତ ୨୨ ତାରିଖ ସନ୍ଧ୍ୟା ସମୟରୁ ସ୍ଵାମୀ ଭରତଲାଲଙ୍କ ସହିତ ସ୍ତ୍ରୀ ଭାରତୀଙ୍କ ଆଉ କୌଣସି ଯୋଗାଯୋଗ ହୋଇପାରୁନାହିଁ । ପ୍ରତିଦିନ ସେ ଘରକୁ ଫୋନ୍ କରିବା ସହ ପୁଅ ବିଷୟରେ ପଚାରୁଥିବାରୁ ଏତେ ଦିନ ଧରି ତାଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନଥିବାରୁ ସ୍ତ୍ରୀ ଭାରତୀଙ୍କ ମନରେ ସନ୍ଦେହ ଜାତ ହୋଇଥିଲା । ଏ ସମ୍ପର୍କରେ ଭାରତୀ ଗ୍ରାମର ପଡୋଶୀ ଓ ଭଦ୍ରବ୍ୟକ୍ତିଙ୍କ ସହ ଆଲୋଚନା କରି କୌଣସି ବଡ ଅଘଟଣ ଆଶଙ୍କାରେ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଛନ୍ତି । ଏ ସମ୍ପର୍କରେ ଥାନା ଆଇଆଇସି ସିପୋରା ସରାୟ ଲୁଗୁନଙ୍କୁ ପଚାରିବାରୁ ଚେନ୍ନାଇ ଯାଇଥିବା ସ୍ୱାମୀଙ୍କ ସହ ୮ଦିନ ହେବ କୌଣସି ଯୋଗାଯୋଗ ସମ୍ଭବ ହୋଇନଥିବାରୁ ତାଙ୍କ ନିଖୋଜ ଆଶଙ୍କାରେ ମୁରିବାହାଲ ଥାନାରେ ସ୍ତ୍ରୀ ଭାରତୀ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାଟି ଚେନ୍ନାଇରେ ଘଟିଥିବାରୁ ପୁଲିସ ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରଖିଥିବା ସେ ପ୍ରକାଶ କରିଛନ୍ତି । ପରିବାରର ମୁଖ୍ୟ ରୂପେ ଏକମାତ୍ର ରୋଜଗାରିଆ ସ୍ୱାମୀଙ୍କ ସହ କୌଣସି ବଡ ଅଘଟଣ ଆଶଙ୍କାରେ ମା’ ପୁଅଙ୍କ ସହ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!