jayashree

ଧାନ ମଣ୍ଡି ଖୋଲିବାରେ ବିଳମ୍ବ ଓ ଅବ୍ୟବସ୍ଥା ସମ୍ପର୍କରେ ଭାଜପାର ଦାବିପତ୍ର ପ୍ରଦାନ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲାରେ ତୁରନ୍ତ ସମସ୍ତ ମଣ୍ଡି ଖୋଲିବା । ମଣ୍ଡିମାନଙ୍କରେ ଦେଖାଯାଉଥିବା ଅବ୍ୟବସ୍ଥାର ସମାଧାନ କରିବା ପାଇଁ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଆଜି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ସମ୍ବଳିତ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଭାରତୀୟ ଜନତା ପାର୍ଟି ଜିଲ୍ଲା ସଭାପତି ଆର୍ତ୍ତ ତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୁର୍ଗା, ବିଜେପି ନେତ୍ରୀ ଡଃ ସୁନୀତି ମୁଣ୍ଡ, ପ୍ରେମ ନାଏକ, ରୋହିତ ଦୁର୍ଗା ଏବଂ ଦଳୀୟ କର୍ମକର୍ତ୍ତା ଓ ସଦଶ୍ୟମାନେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଯାଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଥିଲେ । ଦାବି ମାନଙ୍କ ମଧ୍ୟରେ ରାଜ୍ୟ ସରକାର କଳାହାଣ୍ଡି ଜିଲ୍ଲାର ସମସ୍ତ ମଣ୍ଡିକୁ ତୁରନ୍ତ ଖୋଲନ୍ତୁ । ଧାନ ମଣ୍ଡି ସବୁ ଦିନ ପାଇଁ ଖୋଲା ରହୁ । ଧାନ କିଣା କାରବାରରେ କଟନୀ ଛଟନୀ ବନ୍ଦ କରାଯାଉ । ଧାନ ମଣ୍ଡି ମାନଙ୍କରେ ମିଲରମାନଙ୍କ ଦାଦାଗିରି ବନ୍ଦ କରିବା ସହ ମିଲରମାନଙ୍କ ପ୍ରବେଶକୁ ବନ୍ଦ କରାଯାଉ । ଧାନ କିଣା ବ୍ୟବସ୍ଥାରେ ଟୋକନ ବ୍ୟବସ୍ଥା ଉଛେଦ କରାଯାଉ ଏବଂ ଆସନ୍ତା ଜାନୁଆରୀ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ ଧାନ କିଣାଯାଉ ବୋଲି ଉଲ୍ଲେଖ ରହିଛି । ଦଳୀୟ କର୍ମକର୍ତ୍ତାମାନେ ଜିଲ୍ଲାରେ ଚାଷୀମାନେ କିଭଳି ଶୋଷଣର ଶୀକର ହେଉଛନ୍ତି, କଷ୍ଟ ଉପାର୍ଜିତ ଧାନକୁ ଦଲାଲ ନିକଟରେ ଶାଗ ମାଛ ଦରରେ ବିକ୍ରି କରୁଛନ୍ତି । ସେ ସବୁର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ ।

Leave A Reply

Your email address will not be published.