jayashree

ଡୁଚେନ୍‌ ମାଂସପେଶୀ ଡିଷ୍ଟ୍‌ରୋଫି ବ୍ୟାଧିର ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କଲେ ବଲାଙ୍ଗିର ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କକ୍ଷରେ ଡୁଚେନ୍‌ ମାଂସପେଶୀ ଡିଷ୍ଟ୍‌ରୋଫି (ଡିଏମଡି) ବ୍ୟାଧିର ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଦଶ ଲକ୍ଷ ଟଙ୍କା ଲେଖାଏଁ କୋଡିଏ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି ବଲାଙ୍ଗିର ଜିଲ୍ଲାପାଳ ଚଂଚଳ ରାଣା । କଡମ୍‌ପଡ଼ା ବଲାଙ୍ଗିରର ସିକୁନ ବାଗ ଓ ମନହୀରାର ସୌରଭ ବେହେରାଙ୍କୁ ଏହି ଆର୍ଥିକ ସହାୟତା ମଞ୍ଜୁର ହୋଇଛି । ଏହି ଟଙ୍କା ସମ୍ପୃକ୍ତ ପିଲାମାନଙ୍କର ଅଭିଭାବକଙ୍କ ବ୍ୟାଙ୍କ ଖାତାକୁ ପ୍ରେରଣ କରାଯାଇଥିବା ସୂଚନା ମିଳିଛି । ଡୁଚେନ୍‌ ମାଂସପେଶୀ ଡିଷ୍ଟ୍‌ରୋଫି ହେଉଛି ଏକ ଅବସ୍ଥା, ଯାହା କଙ୍କାଳ ଏବଂ ହୃଦୟ ମାଂସପେଶୀରେ ଦୁର୍ବଳତା ସୃଷ୍ଟି କରେ । ରୋଗର ଲକ୍ଷଣ ସାଧାରଣତଃ ୬ବର୍ଷ ବୟସରୁ ଆରମ୍ଭ ହୁଏ ଏବଂ ଏହି ଅବସ୍ଥା ମୁଖ୍ୟତ ଜନ୍ମ ସମୟରେ ପିଲାମାନଙ୍କୁ ପ୍ରଭାବିତ କରିଥାଏ । ସମ୍ପ୍ରତି ଏହାର କୌଣସି ଉପଶମ ନାହିଁ । ତେଣୁ ଚିକିତ୍ସାରେ ଲକ୍ଷଣ ପରିଚାଳନା ଏବଂ ଜୀବନ ଶୈଳୀରେ ଉନ୍ନତି ଆଣିବା ହିଁ ରୋଗ ପ୍ରତିଷେଧକ ରୂପେ ଗ୍ରହଣ କରାଯାଇଛି । ବୈଦ୍ୟୁତିକ ହୁଇଲ୍‌ ଚେୟାର୍‌, ଫିଜିଓଥେରାପି ଓ ଏହି ବିରଳ ବ୍ୟାଧି ପାଇଁ ପରୀକ୍ଷା ଏବଂ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏକକାଳୀନ ସହାୟତା ହିତାଧିକାରୀଙ୍କୁ ସିଧାସଳଖ ବ୍ୟାଙ୍କ ଖାତାରେ ପ୍ରଦାନ କରାଯାଏ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.