ରାଜ୍ୟ ସିନିୟର୍ ବ୍ୟାଡ଼୍ମିଣ୍ଟନ୍ ଚମ୍ପିଆନ୍ସିପ୍ : ଆରିଆ, ଅରବିନ୍ଦ, ପାରସ, ତାହସିବ ଖାନ୍ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଇନ୍ଡୋର୍ ଷ୍ଟାଡିୟମ୍ଠାରେ ଚାଲିଥିବା ଓଡ଼ିଶା ରାଜ୍ୟ ସିନିୟର ବ୍ୟାଡ଼ମିଣ୍ଟନ ଚମ୍ପିଆନ୍ସିପ୍ର ଦ୍ୱିତୀୟ ଦିନର ଖେଳରେ ରାଜ୍ୟର ପ୍ରାୟତଃ ସମସ୍ତ ମାନ୍ୟତାପ୍ରାପ୍ତ ଖେଳାଳି ନିଜ ନିଜ ପ୍ରତିଦ୍ୱନ୍ଦୀଙ୍କଠାରୁ ବିଜୟୀ ହୋଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ପୁରୁଷ ସିଙ୍ଗଲ୍ ରାଉଣ୍ଡ ୧୬ରେ ବଲାଙ୍ଗିରର ଅରବିନ୍ଦ ସାହୁ ଭୁବନେଶ୍ୱରର ୨୧/୧୧ ଓ ୨୧/୧୮, ବାଲେଶ୍ୱରର ଆରିଆ ମାଝୀ ସୁନ୍ଦରଗଡ଼ର ଅଙ୍କିତ ମହନ୍ତଙ୍କୁ ୨୧/୧୧ ଓ ୨୧/୭, ଭୁବନେଶ୍ୱରର ପାରସ ମାଥୁର ଭଦ୍ରକର ଅଂଶୁମାନ ମହାଲିକଙ୍କୁ ୨୧/୧୦ ଓ ୨୧/୧୪, ସମ୍ବଲପୁରର ତହସିଫ ଖାନ କଟକର ଆୟାଂଶୁ ପରିଡ଼ାଙ୍କୁ ୨୧/୧୮ଓ ୨୧/୯, ପଏଣ୍ଟରେ ପରାଜିତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ସେହିପରି ମହିଳା ସିଙ୍ଗଲ୍ସରେ କଳାହାଣ୍ଡିର ବିଶାଖା ନାଏକ କଟକର ଅନିଶା ମିଶ୍ରଙ୍କୁ ୨୧/୧୫, ୨୦/୨୨ ଓ ୨୧/୧୧, କୋରାପୁଟର ରାଜେଶ୍ୱରୀ ଖୋରା ବାଲେଶ୍ୱରର ମୋନାଲିନା ମହାରାଣାଙ୍କୁ ୨୧/୬ ଓ ୨୧/୭, ସମ୍ବଲପୁରର ଶ୍ରେୟା ବିଶ୍ୱାଳ ଖୋର୍ଦ୍ଧାର ଅର୍ପିତା ସାହୁଙ୍କୁ ୨୧/୧୩ ଓ ୨୧/୧୨, ବାଲେଶ୍ୱରର ଶ୍ୱେତାଙ୍ଗୀ ହୋତା ବଲାଙ୍ଗିରର ସମ୍ପଦା ମହାନ୍ତିଙ୍କୁ ୨୧/୧୧ ଓ ୨୧/୯, ପଏଣ୍ଟରେ ପରାଜିତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ମହିଳା ସିଙ୍ଗଲ୍ସ, ପୁରୁଷ ସିଙ୍ଗଲ୍ସ, ମହିଳା ଡବଲ୍ସ, ପୁରୁଷ ଡବଲ୍ସ ଓ ମିକ୍ସଡ୍ ଡବଲ୍ସର ସମସ୍ତ ସେମିଫାଇନାଲ ଖେଳ ଚୁଡ଼ାନ୍ତ ହୋଇ ଫାଇନାଲ ଖେଳ ପାଇଁ ପ୍ରତିଯୋଗୀମାନେ ପ୍ରସ୍ତୁତ ହୋଇସାରିଥିବେ ବୋଲି ରାଜ୍ୟ ଚମ୍ପିଆନସିପ୍ର ସାଙ୍ଗଠାନିକ ସମ୍ପାଦକ ସୁରୁଲାଲ ମଟାରୀ ଗଣମାଧ୍ୟକୁ ସୂଚନା ଦେଇଛନ୍ତି । ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ୧୬ ଜଣ ରେଫରୀ ଓ ଟେକ୍ନିକାଲ୍ ଅଫିସିଆଲ୍ ପ୍ରତିଯୋଗିତା ପରିଚାଳନା ପାଇଁ ଯୋଗ ଦେଇଛନ୍ତି । ଚିଫ୍ ରେଫରୀ ଭାବେ ବିଜୟ କୁମାର ବାଗ ସମସ୍ତ ଖେଳକୁ ପରିଚାଳନା କରୁଛନ୍ତି । ପ୍ରତିଯୋଗିତା ଆୟୋଜନରେ ଜିଲ୍ଲ୍ଲା ବ୍ୟାଡ଼ମିଣ୍ଟନ ସଂଘ ସଭାପତି ଗୋପାଳ ଚନ୍ଦ୍ର ପଣ୍ଡା, କାର୍ଯ୍ୟକାରୀ ସଭାପତି ପବିତ୍ର ବେହେରା, ଉପଦେଷ୍ଟା ବିରେନ୍ଦ୍ର ମିଶ୍ର, ସୁଶାନ୍ତ ଚୋପଦାର, ଘନଶ୍ୟାମ ମିଶ୍ର, ବୁଲୁ ବେହେରା, ସଂଜୀବ ସାହାଣୀ, ସୁଧିର ପଣ୍ଡା, ସଂଯୋଜକ ଶୁଭ୍ରାଂଶୁ ପଣ୍ଡା, ଅନନ୍ତ ବେହେରା, ମାନସ ମହାନ୍ତି, କବିରାଜ ଠାକୁର, କାହ୍ନୁ ଲାଲ, ସୁରେନ୍ଦ୍ର ନେପାଲ, ଚନ୍ଦନ ମିଶ୍ର ପ୍ରମୁଖ ସହଯୋଗ କରୁଛନ୍ତି ।