ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବିଏବିବିଏ ଆନୁକୁଲ୍ୟରେ ସ୍ଥାନୀୟ କଳାମଣ୍ଡପ ପଡିଆରେ ପଶ୍ଚିମ ଓଡିଶାସ୍ତରୀୟ ଡେଡ୍ ଲିଫ୍ଟ ଚମ୍ପିୟାନସିପ୍ ଉଭୟ ପୁରୁଷ ଓ ମହିଳାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପଶ୍ଚିମ ଓଡିଶାର ବିଭିନ୍ନ ସହରରୁ ସଭ୍ୟମାନେ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଜିଲ୍ଲା ଓକିଲ ସଂଘ ସଭାପତି ଅମରେଶ ତ୍ରିପାଠୀ, ସମ୍ମାନୀୟ ଅତିଥି ବିଙ୍ଗ୍ ଷ୍ଟ୍ରଙ୍ଗ ଓନ୍ର ସତ୍ୟନାରାୟଣ ଦର୍ଜୀ, ଜାନା ବ୍ୟାଙ୍କର ଭାଷ୍କର ଆଚାର୍ଯ୍ୟ, ବିଙ୍ଗ୍ ହ୍ୟୁମେନ୍ ଫାଇନ୍ଣ୍ଡେସନର କାର୍ଯ୍ୟକର୍ତ୍ତା ସୋମନାଥ ମିଶ୍ର, ସ୍ୱତନ୍ତ୍ର ଅତିଥି ଅମିତ ଭୋଇୟା ପ୍ରମୁଖ ପୁରସ୍କାର ବିତରଣ କରିଥିଲେ । ମୁଖ୍ୟ ଆୟୋଜକ ଡିଏବିବିଏର ସେକ୍ରେଟେରୀ ସଞ୍ଜୟ ଶତପଥି, ଟିଟିଲାଗଡରୁ ଆସିଥିବା ଗୌତମ ଏଡ୍ଜୁଏଡ୍, କାଳିଆ ସାହୁ, ବବ୍ଲୁ ରତୀ, ନିଳମଣି ସାହୁ, ସୋମନାଥ ପଟ୍ଟନାୟକ ସୁଦାମ ବେହେରା ବିଚାରକ ଦାୟିତ୍ୱ ତୁଳାଇଥିଲେ । ମହିଳା ଡେଡ୍ଲିଫ୍ଟରେ ୫୨ କେଜି ବିଭାଗରେ ବଲାଙ୍ଗିରର ମୋନାଲିସା ବିଶି ପ୍ରଥମ, ୫୭ କେଜି ବିଭାଗରେ ବଲାଙ୍ଗିରର ଗୁଞ୍ଜନ ପାଣିଗ୍ରାହୀ ୬୩ କେଜି ବିଭାଗରେ ଅର୍ଚ୍ଚନା ଚୈାହାନ ଦ୍ୱିତୀୟ, ୬୯ କେଜି ବିଭାଗରେ ପୂଜା ଚୈାହାନ ଦ୍ୱିତୀୟ, ୭୬ କେଜି ବିଭାଗରେ ସରିନା ଡୁଙ୍ଗଡୁଙ୍ଗ ଦ୍ୱିତୀୟ, ୮୪ କେଜି ବିଭାଗରେ ପ୍ରଥମ ରେ ନିତୁ ଡୁଙ୍ଗଡୁଙ୍ଗ, ଦ୍ୱିତୀୟରେ ପି.ଗିରିଜା ସୁବିଦ୍ଧି, ତୃତୀୟରେ ଶ୍ରୀୟା ପଣ୍ଡା, ୮୪ କେଜି ବିଭାଗରେ ସିନିୟର ରିଙ୍କୁ ସୁନା ପ୍ରଥମ ସ୍ଥାନ ହାସଲ କରିଥିଲେ । ପୁରୁଷ ଡେଡ୍ ଲିଫ୍ଟ ବିଭାଗରେ ୫୩ କେଜିରେ ସାହିଲ ସ୍ୱାଇଁ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ୫୩ କେଜି ସିନିୟର ବିଭାଗରେ ହେମନ୍ତ ନାଗ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ୫୯ କେଜି ବିଭାଗରେ ରମାକାନ୍ତ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ଦ୍ୱିତୀୟରେ ଅଖିଲେଶ ସାହୁ । ୬୬ କେଜି ବିଭାଗରେ ଦ୍ୱିତୀୟରେ ବୁଲୁ ବାଗ, ୬୬ କେଜି ମାଷ୍ଟରରେ ଏନ୍.ପ୍ରଧାନୀ ପ୍ରଥମ ସ୍ଥାନ, ୭୪ କେଜି ବିଭାଗରେ ହେମନ୍ତ ବାଗ ଦ୍ୱିତୀୟ ସ୍ଥାନ, ୭୪ କେଜି ସିନିୟରରେ ପରମାନନ୍ଦ ସୁନା ବଲାଙ୍ଗିର ପ୍ରଥମ ସ୍ଥାନ, ୭୪ କେଜି ମାଷ୍ଟରରେ ଗୋପାଲ ସୁନା ପ୍ରଥମ ସ୍ଥାନ, ୮୩ କେଜି ବିଭାଗରେ ଭୂପତି ସାହୁ ଦ୍ୱିତୀୟ ସ୍ଥାନ, ୮୩ କେଜି ବିଭାଗରେ ସିନିୟରରେ ରାମ ପ୍ରସାଦ ବିଶି ପ୍ରଥମ ସ୍ଥାନ, ୯୩ କେଜି ବିଭାଗରେ ଟଙ୍କଧର ଗଡତିୟା ଦ୍ୱିତୀୟ ସ୍ଥାନ, ୧୦୫ କେଜି ବିଭାଗରେ ସିମନ କୁମାର ଦ୍ୱିତୀୟ ସ୍ଥାନ, ୧୦୫ କେଜି ସିନିୟରରେ ଉମାକାନ୍ତ ପାତ୍ର ପ୍ରଥମ ସ୍ଥାନ, ୧୨୦ କେଜି ବିଭାଗରେ ଆଦେଶ ମିଶ୍ର ପ୍ରଥମ ସ୍ଥାନ, ୧୨୦ କେଜି ସିନିୟରରେ ଉମାକାନ୍ତ ବେହେରା ପ୍ରଥମ ସ୍ଥାନ । ପ୍ରତିଯୋଗିତାରେ ସର୍ବାଧିକ ସୁବ୍ରତ ଭାଟି ୨୭୦ କେଜି ମାରି ଷ୍ଟ୍ରଙ୍ଗମ୍ୟାନ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ଜୁନିୟରରେ ଉମାକାନ୍ତ ମିଶ୍ର ୧୮୦ କେଜି ମାରି ଜୁନିୟର ଷ୍ଟ୍ରଙ୍ଗମ୍ୟାନ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ମହିଳା ବିଭାଗରେ ସମ୍ବଲପୁରର ଉର୍ମିଲା ବେହେରା ୧୩୫ କେଜି ମାରି ସିନିୟର ଷ୍ଟ୍ରଙ୍ଗ ଓମେନ୍ ଉପାଧି ପାଇଥିଲେ । ପ୍ରତିଯୋଗିତାରେ ଝାରସୁଗୁଡା ର ଅଞ୍ଜଲି ସାହୁ ଜୁନିୟର ଷ୍ଟଙ୍ଗ ଓମେନ୍ ଉପାଧି ପାଇଥିଲେ । ପ୍ରତିଯୋଗିତାକୁ ସଫଳ କରିବାରେ ସଭ୍ୟ ବବ୍ନ ମିଶ୍ର, ରାମସିଂ, ଅନିଲ ନାଏକ, ସନି ନାମଦେଓ, ସାର୍ଥକ ଶ୍ରୀବାସ୍ତବ, ନିକେଶ ସାହୁ, ଅଦ୍ୱିତୀ ସିଂଦେଓ, ରୁକ୍ମଣି ବାଗ, ବିଭୁ, ସଚୀନ, କାଶି, ମନୋରଂଜନ, ଯୁବରାଜ, ରାହୁଲ ପାଣିଗ୍ରାହୀ, ନେପାଲ ବାଗ, ବିଡିଜିଏ ସଂପାଦକ ସଂଗ୍ରାମ ବହିଦାର ପ୍ରମୁଖ ସହଯୋଗ କରିଥିଲ ।