oom

ଓଡିଶା ଶକ୍ତି ଉତ୍ତୋଳନ ପ୍ରତିଯୋଗିତା ଉଦ୍‌ଯାପିତ : ନିଖିଳ କୁମାର ନାଗ ଷ୍ଟ୍ରଙ୍ଗ ମ୍ୟାନ୍‌ ଓ ସାଗରିକା ପାଢୀଙ୍କୁ ଷ୍ଟ୍ରଙ୍ଗ ଓମ୍ୟାନ୍‌ ଆଖ୍ୟା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ଦିନ ଧରି ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତା (ପାୱାର୍‌ ଲିଫଟିଂ) ଜିଲ୍ଲା ଟାଉନ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ପାୱାର୍‌ ଲିଫ୍‌ଟିଂ ଆସୋସିଏସନ୍‌ ତଥା ଏମ୍‌.ଏମ୍‌.ଫିଟ୍‌ନେସର ମିଳିତ ଆୟୋଜନରେ ଏହି ପ୍ରତିଯୋଗିତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୫୦ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ପ୍ରଥମ ଦିନରେ ସକାଳ ୯ଟାରୁ ଓଜନ ନେଇସାରିଲା ପରେ ଦ୍ୱିପ୍ରହର ୩ଟାରୁ ପ୍ରତିଯୋଗିତା ଆରମ୍ଭ ହୋଇ ରାତି ୧୦ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ଦିବସରେ ସକାଳ ୧୦ ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଏହା ଚାଲିଥିଲା । ସବ୍‌ ଜୁନିୟର, ଜୁନିୟର, ସିନିୟର ଓ ମାଷ୍ଟର ଏହି ପରି ଚାରୋଟି ବର୍ଗରେ ଏହି ପ୍ରତିଯୋଗିତା ପୁରୁଷ ଓ ମହିଳାମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ୬୩ କେଜି ଜୁନିୟର ବର୍ଗରେ ରୋନିତ ରୋସନ ସ୍ୱାଇଁ ପ୍ରଥମ, ସବ୍‌ ଜୁନିୟରରେ ନିଖିଲ ନାଗ ପ୍ରଥମ, ୫୯ କେଜି ବର୍ଗରେ (ଜୁନିୟର) ଯୋଗେଶ୍ୱର ବେହେରା ପ୍ରଥମ, ପ୍ରତ୍ୟୁଶ ପଟେଲ ଦ୍ୱିତୀୟ, ୬୬ କେଜି ସିନିୟର ବର୍ଗରେ ଗଜାନନ ପଟେଲ ପ୍ରଥମ, ସୁଭେନ ବେହେରା ଦ୍ୱିତୀୟ, ଜୁନିୟର ବର୍ଗରେ ସନ୍ତୋଷ ସ୍ୱାଇଁ ପ୍ରଥମ, ସ୍ୱସ୍ତିକ ସ୍ୱାଇଁ ଦ୍ୱିତୀୟ, ୬୬ କେଜି ସବ୍‌ ଜୁନିୟର ବର୍ଗରେ ପଂଚମ ପ୍ରଧାନ ପ୍ରଥମ, ୬୬ କେଜିର ବେଂଚ ପ୍ରେସ୍‌ ବର୍ଗରେ ଅଶୋକ ପୋଡ ପ୍ରଥମ, ୭୪ କେଜି ବର୍ଗରେ (ସିନିୟର) ଆତିଶ ବେଜ ପ୍ରଥମ, ବିମଲ ବିଶ୍ୱାଳ ଦ୍ୱିତୀୟ, ଜୁନିୟର ବର୍ଗରେ ଜ୍ଞାନରଂଜନ ମିଶ୍ର ପ୍ରଥମ, ଆଲୋକ ସାଗର ଦ୍ୱିତୀୟ, ପ୍ରିୟାଂଶୁ ମହାନ୍ତି ତୃତୀୟ, ୭୪ କେଜି ମାଷ୍ଟର ବର୍ଗରେ ରାଜା ନସ୍କର ପ୍ରଥମ । ସେହିପରି ୮୩ କେଜି ବର୍ଗରେ ଆଶିଷ ଦେହେରୀ ପ୍ରଥମ, ବେଂଚ ପ୍ରେସରେ ଆଶିଷ ଦେହୁରି ପ୍ରଥମ, ନିଖିଲ ସାହୁ ଦ୍ୱିତୀୟ ଓ ଶିବୁ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ୯୩ କେଜି ସିନିୟର ବର୍ଗରେ ସାଇରାମ ଗୌଡ ପ୍ରଥମ, ଓଁକାର ଡାଙ୍ଗ ଦ୍ୱିତୀୟ ଓ ତାଳଧ୍ୱଜ ସାହୁ ତୃତୀୟ, ୧୦୫ କେଜି ବର୍ଗରେ ଡେଡ୍‌ଲିଫ୍ଟରେ ପ୍ରଫୁଲ କ୍ଷତ୍ରୀ ପ୍ରଥମ, ୧୨୦ କେଜି ବର୍ଗରେ (ଜୁନିୟର) ଅଭିଜିତ ଦାଶ ପ୍ରଥମ, ଜୁନିୟରରେ ଅନୁରାଗ ପ୍ରଧାନ ପ୍ରଥମ ଓ ୧୨୦ରୁ ଅଧିକ ସବ୍‌ ଜୁନିୟର ବର୍ଗରେ ଏସ୍‌.କେ. ଇଜହାରୁଦ୍ଧିନ ପ୍ରଥମ ସ୍ଥାନ ଗ୍ରହଣ କରିଥିଲେ । ମହିଳା ବର୍ଗରେ ସବ୍‌ ଜୁନିୟରରେ ପ୍ରଜ୍ଞାନ ବେଜ୍‌ ପ୍ରଥମ, ଜୁନିୟରରେ ସାଗରିକା ପାଢୀ, ସିନିୟର ବର୍ଗରେ ଚିନ୍ମୟୀ ଦାଶ ପ୍ରଥମ, ମହିଳା ୬୬ କେଜି ବର୍ଗରେ ଶୋଭା ଛେତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଆତିଶ କୁମାର ବେଜ ଷ୍ଟ୍ରଙ୍ଗ୍‌ ମେନ୍‌ ଓ ଚିନ୍ମୟୀ ଦାଶ ଷ୍ଟ୍ରଙ୍ଗ୍‌ ଓମେନ୍‌ ଆଖ୍ୟା ଲାଭ କରିଥିଲେ । ପ୍ରତିଯୋଗିତାରେ ବ୍ୟବସାୟୀ ନିଳମଣୀ ରଥ ମୁଖ୍ୟ ଅତିଥି ଓ କଳିଙ୍ଗ ବଡି ବିଲ୍‌ଡିଂ ଆସୋସିଏସନ୍‌ର ସଂପାଦକ ସନ୍ତୋଷ ମହାନ୍ତି ଅତିଥି ଏବଂ ସମାଜସେବୀ ଆକବର ଖାନ, ସଂଜିବ ରଥ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ । ଦୁଇ ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାକୁ ଜିଲ୍ଲା ପାୱାର ଲିଫ୍‌ଟିଂ ସଂଘର ସଭାପତି ପ୍ରଶାନ୍ତ ମଟାରୀ, ସଂପାଦକ ପ୍ରଶାନ୍ତ ଦାଶ ତଥା ଏମ୍‌ଏମ୍‌ ଫିଟନେସ୍‌ର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଓଡିଶା ପାୱାର ଲିଫ୍‌ଟିଂ ଆସୋସିଏସନ୍‌ର ସଂପାଦକ ରୁଦ୍ର ସାହୁ ଓ ବଲାଙ୍ଗିର ଆସୋସିଏସନ୍‌ର ସିନିୟର ଏଡ୍‌ଭାଇଜର ରୂପକ କୁମାର ବରାଳ ବିଚାରକର ଦାୟିତ୍ୱ ତୁଳାଇଥିଲେ ।

jittmm
Leave A Reply

Your email address will not be published.