କାରୁଣ୍ଡ ଫାର୍ମସ୍ କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ଉତ୍ସବ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ସ୍ଥିତ କାରୁଣ୍ଡ ଫାର୍ମସ୍‌ କମ୍ପାନୀ ଲିମିଟେଡ଼ର ପଞ୍ଚମ ବାର୍ଷିକ ଉତ୍ସବ ନାବାର୍ଡ ଓ ଜନ ସାହାଯ୍ୟ ସହଯୋଗ ସଭାପତି ବିଭୁତି ଭୂଷଣ ମହାଖୁଡଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନାବାର୍ଡ ଡିଡିଏମ ମହେଶ୍ୱର ଦାସ, ମୁଖ୍ୟ ବକ୍ତା ଇଫକୋ ପରିଚାଳକ ଗଣେଶ ପାଢ଼ୀ, ସମ୍ମାନୀତ ଅତିଥି ବ୍ଲକ ସହକାରୀ ପ୍ରାଣୀ ସମ୍ପଦ ଅଧିକାରୀ ଦିବ୍ୟ ରଂଜନ ଲେଙ୍କା, ମ.ରାମପୁର ମତ୍ସ୍ୟ ଅଧିକାରୀ ରୁଦ୍ର ପ୍ରସାଦ ଶବର, ଜନ ସାହାଯ୍ୟ ମୁଖ୍ୟ ନିର୍ବାହୀ ଅଧିକାରୀ ସୀତା ଦେବୀ, କାରୁଣ୍ଡ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ ପରିଚାଳନା ନିର୍ଦେଶକ ଆଦିତ୍ୟ ପ୍ରତାପ ସିଂହ ଦେଓ, କମ୍ପାନୀର ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ମାଝୀ, ଶୁକଦେବ ସାହୁ, ନରୋତ୍ତମ ପ୍ରଧାନ, ଅମରେଶ ସିଂହ, ଦିଲ୍ଲୀପ ମହାଖୁଡ଼, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକିତା ରାଣୀ ମହାନ୍ତି ଯୋଗ ଦେଇଥିବା ବେଳେ ସେବାଜଗତ ବ୍ଲକ ସଂଯୋଜକ ଶଙ୍କର ସୁନା, ଓଡ଼ିଶା ମିଲେଟ ମିଶନ ସଂଯୋଜକ ଟଙ୍କଧର ବଗର୍ତ୍ତୀ, ମହାଶକ୍ତି ଫାଉଣ୍ଡେସନ କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି କାରୁଣ୍ଡ ଫାର୍ମସ୍‌ କମ୍ପାନୀର ବାର୍ଷିକ ଉତ୍ସବ ଅବସରରେ କୃଷି, କୃଷକ ସହିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ । କମ୍ପାନୀର କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକିତା ରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ କମ୍ପାନୀର ସିଆରପିମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.