oom

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଛତ୍ରପୁରରେ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ରବିବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ ଦିନ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଜିଲ୍ଲା ସଦର ମହକୁମା ଛତ୍ରପୁରସ୍ଥିତ ବାଇପାସ ୧୬ନମ୍ବର ଜାତୀୟ ରାଜପଥ ସଂଯୋଗସ୍ଥଳ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛକ ନିକଟରେ ତାଙ୍କୁ ସ୍ୱାଗତ କରାଯାଇଥିଲା । ସେଠାରେ ଛତ୍ରପୁରବାସୀଙ୍କ ତରଫରୁ ଏବଂ ଦଳୀୟ ବିଜେପି ପକ୍ଷରୁ ଏକ ଉଚ୍ଛ୍ୱସୀତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ମ୍ୟାଡ଼ମ୍‌ଙ୍କୁ ସମ୍ବର୍ଦ୍ଧନା କରାଯାଇ ନାରିକେଳ ଭେଟି ଅବା ପଇଡ଼ ପାଣି ଦେଇ ଶୁଭେଚ୍ଛା ଜଣାଇଥିଲେ । ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ଡ଼ା.ସୁବାଷ ଚନ୍ଦ୍ର ସାହୁ, ଛତ୍ରପୁର ଏନ୍ଏସି ଚେୟାରମ୍ୟାନ ଶର୍ମିଷ୍ଠା ପ୍ରଧାନ, ବିଜେପି ଜିଲ୍ଲା ଲିଗାଲ ସେଲ୍ ଅଧ୍ୟକ୍ଷ ଆଡ଼ଭୋକେଟ ପ୍ରଦୀପ ପାଢ଼ୀ, ଆଡ଼ଭୋକେଟ କେ. ଚନ୍ଦ୍ରଶେଖର ରେଡ୍ଡୀ, ଆଡ଼ଭୋକେଟ ଚୈତନ୍ୟ ପ୍ରଧାନ, ଦ୍ୟୁତି କୃଷ୍ଣ ସାବତ, ବି.ଶଙ୍କର ରେଡ୍ଡୀ, କାଉନସିଲର ଟି.ଗଣେଶ ରେଡ୍ଡୀ, କାଉନସିଲର ଅମରେଶ ମହାରଣା, ପଦ୍ମଚରଣ ସାହୁ, ବିଜେପି ନେତା ସଞ୍ଜିତ ରାଉଳ ପ୍ରମୁଖ ଏବଂ ଛତ୍ରପୁରର ବହୁ ବିଶିଷ୍ଟ ନାଗରିକ ଯୋଗଦେଇ ମ୍ୟାଡେମ୍‌ଙ୍କୁ ସ୍ୱାଗତ କରି ସାଧୁବାଦ ଜଣାଇଥିଲେ । ସୂଚନାଯୋଗ୍ୟ ଯେ, ସାଂସଦ ଅପରାଜିତା ମ୍ୟାଡେମ୍ ଗଞ୍ଜାମଜିଲ୍ଲାର ଶେରଗଡ଼ ଅଞ୍ଚଳ ଗସ୍ତ କରି କରଡାକଣା ଗ୍ରାମପଞ୍ଚାୟତର ପ୍ରଭୁ ଉଦୟନାଥ ମନ୍ଦିରରେ ରୁଦ୍ରାଭିଷେକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ବୋଲି କୁହାଯାଇଛି ।

jittmm
Leave A Reply

Your email address will not be published.