ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସେବା ସଂସ୍ଥାନ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳାକେନ୍ଦ୍ର (ଭାଗବତଗାଦି) ପକ୍ଷରୁ ପ୍ରତିବର୍ଷ ଭଳି ବିଭିନ୍ନ ସ୍ଥାନରେ ନିମନ୍ତ୍ରଣ କ୍ରମେ ଆମନ୍ତ୍ରଣ ହୋଇ ଦେବତା କାର୍ଯ୍ୟ ସମାହିତ ହୋଇଆସୁଅଛି । ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ କାମିନୀଙ୍କ ସେବାରେ ସତ୍ୟମ ଅହରହ ନିୟୋଜିତ ହୋଇ ଆସୁଛନ୍ତି । ଠାକୁରଙ୍କ ଵିଭୂ-କୃପା ସାଉଁଟି ଆସି ଶ୍ରୀମାନ ଆର୍. ସତ୍ୟମ୍ ରେଡ୍ଡୀ ଜଣେ ଦାସୁଡୁ ଅବା ଶ୍ରୀ ହରିଙ୍କ ଦାସତ୍ୱ ହୋଇ ଭକ୍ତ-ଗୋଷ୍ଠୀ ଗଠନ କରି ଦାସୁଡୁ ଗୁରୁ ଭାବେ ନିଜର ପରାକାଷ୍ଠା ପ୍ରତିପାଦନ କରି ବିଭିନ୍ନ ମହଲରେ ମାନପତ୍ର ସହ ଉପଢୌକନରେ ସମ୍ମାନୀତ ହୋଇଆସିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ’ ସରଭୀମପୁର ଗ୍ରାମର ନାହାକ ବଂଶ ପରିବାରର ନିମନ୍ତ୍ରଣ ରକ୍ଷାକରି ଏହି ଗୋଷ୍ଠୀ ଠାକୁରଙ୍କ କାର୍ଯ୍ୟ କରିବା ନିଆରା ପରମ୍ପରା ଦେଖିବାକୁ ମିଳିଛି । ଏହି ପବିତ୍ର କାର୍ଯ୍ୟରେ କୋହଲା ବେତ ପୂଜାକରି କୋହଲା ମଶାଲ୍ ଜାଳି ଗିନି, ଝାଞ୍ଜ, ମର୍ଦଳ ବଜାଇ ତଥା ହରିନାମ ସଂକୀର୍ତ୍ତନ ଗାଇବା ସାଙ୍ଗକୁ ସେବାଦଳ ନୃତ୍ୟ କରି ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ସେବା କରିଆସୁଛନ୍ତି । ଉକ୍ତ ଭକ୍ତ ଗୋଷ୍ଠୀ ଜନସମାଜର କଲ୍ୟାଣାର୍ଥେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଠାକୁରଙ୍କ ପୂଜା, ଆରାଧନା କରିଥାନ୍ତି । ପୂଜା ସମ୍ଭାରର ଆୟୋଜନ କରି ସଂକୀର୍ତ୍ତନର ଶୋଭାଯାତ୍ରା କରିଥାନ୍ତି । ସେ ନିଜକୁ ଜଣେ କୃତାର୍ଥ ମନେ କରନ୍ତି, ବୋଲି କହିଥାନ୍ତି ।