ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ଲେକ୍ସରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ
ବଲାଙ୍ଗିର, (କେପିଏନ୍ଏସ୍) : ଜେଏସ୍ଏମ୍ ବାଣିଜ୍ୟ ଏବଂ କଳା ମହାବିଦ୍ୟାଳୟ ପକ୍ଷରୁ ଆର ଏନ୍ ସିଂ ଦେଓ ସ୍ପୋଟସ୍ କମ୍ଲେକ୍ସରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟନ କରିଥିବା ମୁଖ୍ୟ ଅତିଥି ଜିଲ୍ଲା ପରିଷଦର ସଭାନେତ୍ରୀ ଶ୍ରୀମତୀ ଦେବକି ସାହୁଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ସହିତ ଖେଳ ଆରମ୍ଭ ହୋଇଥିଲା । ଉଦ୍ଘାଟନୀ ସମାରୋହ ପରେ କଲେଜର ପ୍ରଧାନ ଶିକ୍ଷକ ବିନୋଦ ପାଢି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅଧ୍ୟାପକ ଓ ଛାତ୍ରମାନଙ୍କ ସମେତ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ସିଏ ଶ୍ରୀକାନ୍ତ ଶର୍ମା ଏହି ଉତ୍ସବକୁ ଅନୁଗ୍ରହ କରି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଓ ଉତ୍ସାହିତ କରିଥିଲେ । କ୍ରୀଡ଼ା ପ୍ରତିଯୋଗିତାର ନିୟମ ମାନିବା ସହିତ ସେ ଖେଳିବା ଉପରେ ଗୁରୁତ୍ୱାରୋପ କରିଥିଲେ । ମହାବିଦ୍ୟାଳୟର ନିଦ୍ଧେଶିକା ଶ୍ରୀମତୀ ସୁମନ ଶର୍ମା, ପରାମର୍ଶଦାତା ମନରଞ୍ଜନ ସାହୁ ଓ ପ୍ରିତବାସ ପଣ୍ଡା ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସାହୁ ଅଭିଭାଷଣରେ ଜୀବନରେ କ୍ରୀଡ଼ାର ମହତ୍ୱକୁ ଜଣାଇଥିଲେ । ନିରୋଜ କୁମାର ମିଶ୍ର ଓ ଅନ୍ୟାନ୍ୟ ଶିକ୍ଷକମାନେ ଅକ୍ଲାନ୍ତ ପରିଶ୍ରମ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ଶେଷରେ ଶୈଳେସ କୁମାର ପାଲ ସମସ୍ତ ଅତିଥି ଗଣ ତଥା ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ, କଲେଜର କର୍ମକର୍ତ୍ତାମାନଙ୍କୁ ଓ ଛାତ୍ରଛାତ୍ରିୀମାନଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହିତ ଅତିଥିମାନଙ୍କ ଦ୍ୱାରା ବିଜେତାମାନଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା ।