ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରିଷ୍ଠ ଓକିଲ ଦିନେଶ ନାଗଙ୍କ ସଭାପତିତ୍ୱରେ ଜିଲ୍ଲା ସାମ୍ବାଦିକ ଭବନଠାରେ ଜିଲ୍ଲାସ୍ତରୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି ଏଥିରେ ସଂସ୍କୃତି ଗବେଷକ ତରଣୀସେନ ଦୀପଙ୍କ ସଂଯୋଜନାରେ ଶିକ୍ଷାବିଦ୍‌ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ସମାଜସେବୀ ଶମ୍ଭୁ ନାଗ, କାଉନସିଲର କିଶୋର କୁମ୍ଭାର, ଆମ୍ବେଦକରବାଦୀ ରୁପାଲି ମହାନନ୍ଦ, ପୁଇଁନ୍ତଲା ଆତ୍ମା ଅଧ୍ୟକ୍ଷ ଜ୍ୟୋତିଷ କୁମାର ମୁଗ୍ରୀ, ନଟରାଜ ନାଗ ଯୋଗଦେଇ ଭାରତୀୟ ସମ୍ବିଧାନର ଗାରିମା ଏବଂ ଏହାର ଉପଯୋଗିତା ଉପରେ ବିଷଦ ଭାବରେ ଆଲୋଚନା କରିଥିଲେ । ମାତା ସାବିତ୍ରୀବାଇ ଫୁଲେ ମହାସଂଘର ସଭାନେତ୍ରୀ କୌଶଲ୍ୟା କୁମ୍ଭାର ନାରୀମାନଙ୍କ ପାଇଁ ଥିବା ସାମ୍ବିଧାନିକ ଦିଗ ଉପରେ ମତ ରଖିଥିଲେ । ଓକିଲ ମାନଭଞ୍ଜନ ବିଭାର, ଓକିଲ ଜାହ୍ନବୀ ବିଭାର, ଭୁବନ ନାଗ, ଦେବରାଜ ମହାନନ୍ଦ, କେଶବ ମହାନନ୍ଦ, ବିପିନ ବିହାରୀ ବାରିକ, ଶୁଶିଲ ମହାନନ୍ଦ, ମାନସୀ ସୁନା, ମଞ୍ଜୁରାଣୀ ନାଗ, ନମିତା ନାଗ, କୁମୁଦିନୀ ମୁଗ୍ରୀ, କ୍ରିଷ୍ଣାରାଣୀ କୁମ୍ଭାର, ଯାଜ୍ଞସିନୀ ଦୀପ, ସନ୍ତୋଷିନୀ ବାରିକ, ରଘୁନାଥ ମୁଗ୍ରୀ, ମଙ୍ଗଲୁ ତାଣ୍ଡି ପ୍ରମୁଖ ଯୋଗଦାନ କରିଥିଲେ । ଶେଷରେ ସୂର୍ଯ୍ୟମଣି ସୁନା ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.