ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସଂସ୍କୃତ ପରିଷଦର ସଭାପତି ନୀଳମଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ପରିଷଦର ମାସିକ ଅଧିବେଶନ ପାଳିତ ହୋଇଯାଇଛି । ପ୍ରଥମେ ପୂର୍ବତନ ସଭାପତି ସ୍ୱର୍ଗତ ଟିକେଶ୍ୱର ଗୁରୁଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ସମ୍ପାଦକ ଆଇନଜୀବୀ ଜୟରାମ ମିଶ୍ର ସଭା କାର୍ଯ୍ୟ ସଂଯୋଜନା କରିଥିଲେ । ଶିକ୍ଷାବିଦ୍‌ ଧର୍ମସିଂ ମିଶ୍ର ମୁଖ୍ୟବକ୍ତା ରୂପେ ଯୋଗଦେଇ ଭାରତୀୟ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ରୂପେ ସତ୍ୟବନ୍ତ ବେଦ୍‌ବାକ୍‌ ଯୋଗ ଦେଇ ସଂସ୍କୃତ ଭାଷାର ମୌଳିକତା ଓ ସଂସ୍କୃତି ଉପରେ ତାର ପ୍ରଭାବ ଏହି ଦିଗରେ ମତବ୍ୟକ୍ତ କରିଥିଲେ । କୋଷାଧ୍ୟକ୍ଷ ରାଜ କିଶୋର ପଣ୍ଡା ସମସ୍ତଙ୍କୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଦ୍ରି ନାରାୟଣ ମିଶ୍ର, କିଶୋର ମୋହନ ମିଶ୍ର, ଆହ୍ଲାଦ କୁମାର ପୂଜାରୀ, ବିଶ୍ୱନାଥ ଶତପଥୀ, ବନମାଳି ନନ୍ଦ, ପୁରୁଷୋତ୍ତମ ପଣ୍ଡା, ସୀତାଂଶୁ ଶେଖର ନାୟକ ପ୍ରଭୃତି ଯୋଗ ଦେଇଥିଲେ ।

Leave A Reply

Your email address will not be published.