jayashree

ବଲାଙ୍ଗିରରେ କାର୍ତ୍ତିକ ପୂର୍ଣ୍ଣିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଚଳଚଞ୍ଚଳ ଗାଁ ଠୁ ସହର । ବଡ଼ି ଭୋର୍‌ରୁ ଉଠି ସମସ୍ତେ ନିଜ ନିଜ ନିତ୍ୟ କର୍ମ ସାରି ନିକଟସ୍ଥ ପୋଖରୀ ବା ଜଳାଶୟକୁ ଯାଇ ଡଙ୍ଗା ଭସାଉଥିବା ଦେଖିବାକୁ ମିଳିଛି । କୁହାଯାଏ କାର୍ତ୍ତିକ ମାସ ବଡ଼ ପୂଣ୍ୟର ମାସ । ଅନ୍ୟପକ୍ଷରେ ପୌରାଣିକ ତଥ୍ୟ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାଧବ ପୁଅମାନେ ବୋଇତରେ ବାଣିଜ୍ୟ ପାଇଁ ଦୂର ଦେଶକୁ ଯାଉଥିଲେ । ସାଧବ ବୋହୂମାନେ ବୋଇତକୁ ବନ୍ଦାଇ ସାଧବ ପୁଅଙ୍କ ଶୁଭ ମନାସି ବିଦାୟ ଦେଉଥିଲେ । ବାଣିଜ୍ୟ କରି ବିପୁଳ ପରିମାଣରେ ଧନ ସମ୍ପତ୍ତି ଧରି ସାଧବ ପୁଅମାନେ ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହି ପରମ୍ପରାକୁ ମନେ ପକାଇବା ପାଇଁ ଏବେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଦିନ ଜଳାଶୟରେ ବୋଇତ ବନ୍ଦାଇ ଡଙ୍ଗା ଭସା ଯାଇଥାଏ । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ସହରରେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ପାଳିତ ହେଉଅଛି । ବଡ଼ି ଭୋର୍‌ରୁ ଉଠି ଡଙ୍ଗା ଭସାଇଛନ୍ତି ସମସ୍ତେ । ବଲାଙ୍ଗିର ସହରର ସମସ୍ତ ମନ୍ଦିର ଗୁଡିକରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।

Leave A Reply

Your email address will not be published.