oom

ତେରସ୍ଥାନ ତାଲୁକା ବାଣାୟତ ଓଡିଆକୁଳ ସମାଜର ନିର୍ବାଚନ ମହାସଭା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଗଙ୍ଗାପୁର-୨ ସ୍ଥିତ ବାଣାୟତ ଓଡିଆ କୁଳ ସମାଜର ସ୍ଥାୟୀ ଗୃହ ପ୍ରାଙ୍ଗଣଠାରେ ତେରସ୍ଥାନ ତାଲୁକା ବାଣାୟତ ଓଡିଆ ସମାଜର ନିର୍ବାଚନ ମହାସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗ୍ରାମ୍ୟ ପରିକ୍ରମା କରାଯାଇଥିଲା । ଏଥିରେ ତାଲୁକାର ସଭାପତି ଦୁର୍ଯ୍ୟୋଧନ ସ୍ୱାଇଁ ପୌରହିତ୍ୟ କରିଥିବା ବେଳେ ନିଖିଳ ଓଡିଶା ବାଣାୟତ ଓଡିଆ କୁଳର ପୂର୍ବତନ ରାଜ୍ୟ ସଭାପତି ବିଭୂତି ଭୂଷଣ ଜେନା କୁଳ ପତାକା ଉତ୍ତୋଳନ କରିଥିବା ବେଳେ ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ ସଭା ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ସଭାପତି ଗନ୍ଧର୍ବ ପ୍ରଧାନ ଯୋଗଦେଇ କୁଳର ସମ୍ବିଧାନ ଓ ଦାୟିତ୍ଵବୋଧ ଉପରେ ବୁଝାଇଥିଲେ । ଅନ୍ୟତମ ଅତିଥି ଭାବେ ଖଲ୍ଲିକୋଟ ତାଲୁକା ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ କୁଳ ଦୀପ ପ୍ରଜ୍ବଳନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ରଙ୍ଗନାଥ ବିଶ୍ବାଳ ଅତିଥି ପରିଚୟ ପ୍ରଦାନ କରିଥିଲେ‌ ଏବଂ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ କୁଳ ଇଷ୍ଟଦେବୀ ମା’ ନାରାୟଣୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଲୁକା ସମ୍ପାଦକ ରବିନ୍ଦ୍ର ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ରାଜ୍ୟ ନିର୍ବାଚନ ଅଧିକାରୀ ଉଦୟନାଥ ପ୍ରଧାନଙ୍କ ଦ୍ୱାରା ନିର୍ବାଚନ ସମ୍ପାଦନ ହୋଇ ଗ୍ରାମ୍ୟ କୁଳ ସଭ୍ୟଙ୍କୁ ସ୍ୱୀକୃତି, ନାମ ଘୋଷଣା, ନୂତନ କର୍ମକର୍ତ୍ତା ଚୟନ ଓ ଶପଥଗ୍ରହଣ ହୋଇଥିଲା । ତେରସ୍ଥାନ ତାଲୁକା ବାଣାୟତ ଓଡିଆ ସମାଜର ନୂତନ ସଭାପତି ଭାବେ ଦିବାକର ସ୍ୱାଇଁ, ଉପସଭାପତି(୧) ମହେଶ୍ୱର ପ୍ରଧାନ, ଉପସଭାପତି (୨) କବିରାଜ ପ୍ରଧାନ, ସମ୍ପାଦକ ରବିନ୍ଦ୍ର ସ୍ୱାଇଁ, ସହ ସମ୍ପାଦକ ସନ୍ୟାସୀ ସ୍ୱାଇଁ, ସାଙ୍ଗଠନିକ ସମ୍ପାଦକ(୧) ପ୍ରବାସୀ ପ୍ରଧାନ, ସାଙ୍ଗଠନିକ ସମ୍ପାଦକ (୨) ଟୁନା ସ୍ୱାଇଁ, କୋଷାଧ୍ୟକ୍ଷ ଲଡୁ କିଶୋର ପେଣ୍ଠେଇ, ସମୀକ୍ଷକ ରଞ୍ଜନ ସେଠୀ ପ୍ରମୁଖ କର୍ମକର୍ତ୍ତା ଚୟନ ହୋଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ତେରସ୍ଥାନ ତାଲୁକାର ସମସ୍ତ କର୍ମକର୍ତ୍ତା ଗଣ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.