csstore

ଡିସେମ୍ବର ୨୧,୨୨ ହେବ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ୨୮ ନଭେମ୍ବରରେ ଜିଲ୍ଲା ପୁରୁଷ, ମହିଳା ଭଲିବଲ ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚଳିତ ନଭେମ୍ବର ମାସ ୨୮ ତାରିଖ ପୂର୍ବାହ୍ନ ଘ.୯ ସମୟରେ ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମରେ ଆୟୋଜିତ ହେବ ଜିଲ୍ଲା ପୁରୁଷ ଓ ମହିଳା ଭଲିବଲ ଦଳ ଗଠନ ସକାଶେ ଖେଳାଳି ଚୟନ ପ୍ରକ୍ରିୟା । ଅଂଶଗ୍ରହଣ କରିବାକୁ ଇଚ୍ଛୁକ ଖେଳାଳୀମାନେ ନିର୍ଦ୍ଧାରିତ ସମୟରେ ଏଥିପାଇଁ ପ୍ରସ୍ତୁତ ହୋଇ ଆସିବାକୁ ସଂସଦ ପକ୍ଷରୁ ପରାମର୍ଶ ଦିଆଯାଇଛି । ତତ୍‌ ସଙ୍ଗେ ସଙ୍ଗେ ଜିଲ୍ଲାର ପ୍ରତ୍ୟେକ କ୍ରୀଡାବିତ୍‌ମାନଙ୍କ ଉଦ୍ଦେଶ୍ୟରେ ସୂଚନା ଦିଆଯାଇଛି ଯେ, ଆଗାମୀ ଡିସେମ୍ବର ୨୧ ଓ ୨୨ ଦୁଇ ଦିନ ଧରି ଉକ୍ତ ଷ୍ଟଡିମରେ କ୍ରୀଡା ସଂସଦ ପକ୍ଷରୁ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେବ । ଏଣୁ ବିଦ୍ୟାଳୟ, ମହାବିଦ୍ୟାଳୟ, କ୍ରୀଡାନୁଷ୍ଠାନ ସମୁହର ତଥା ବ୍ୟକ୍ତିଗତ ଭାବରେ ପ୍ରସ୍ତୁତ କ୍ରୀଡାବିତ୍‌ମାନେ ଏଥିରେ ଭାଗ ନେବା ପାଇଁ ତା.୦୫.୧୨.୨୩ ସୁଦ୍ଧା କେବଳ ତାଙ୍କ ନାମ ପଞ୍ଜିକରଣ କରିପାରିବେ । ନିର୍ଦ୍ଧାରିତ ଫର୍ମ ସଂଗ୍ରହ ଓ ଠିକ୍‌ ଭାବେ ପୁରଣ କରି ଆବଶ୍ୟକୀୟ ନଥିପତ୍ର ସହ ସଂସଦର କାର୍ଯ୍ୟାଳୟ କିମ୍ବା କ୍ରୀଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ଅଥବା ସଂପାଦକ ହରିନାରାୟଣ ପୂଜାରୀଙ୍କ ନିକଟରେ ଦାଖଲ କରି ନାମ ପଂଜିକରଣ କରିପାରିବେ ବୋଲି ସଂସଦ ପକ୍ଷରୁ କୁହାଯାଇଥିବା ବେଳେ ଉପରୋକ୍ତ ତାରିଖ ପରେ ଆଉ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି ।

jayashree
Leave A Reply

Your email address will not be published.