ବରଗଡ଼, (ନିରୋଜ କୁମାର ପାଣୀ): ବରଗଡ଼ ବ୍ଲକ ଉପକଣ୍ଠ ବରଡୋଲ ଗ୍ରାମ ସ୍ଥିତ ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟ ୧୯୯୮ ମସିହା ଜୁଲାଇ ମାସରେ ଗଢି ଉଠିଥିବା ବେଳେ ଚଳିତ ବର୍ଷ ତାର ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ପାଳନକୁ ନେଇ ଗ୍ରାମବାସୀ ତଥା ପୂର୍ବତନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆଜି ବିଦ୍ୟାଳୟ ପରିସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଚ୍ନ୍ଦ୍ର୍ଧ୍ୱଜ ବାରିକଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଆଗତ ହୋଇଯାଇଛି । ଯାହାକୁ ନେଇ କିପରି ଭାବରେ ରୌପ୍ୟ ଜୟନ୍ତୀ ପାଳନ କରାଯିବ ତାକୁ ନେଇ ଆଲୋଚନା ହୋଇଥିଲା । ଆଜିର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଆସନ୍ତା ଡିସେମ୍ବର ତିନି ତାରିଖ ରବିବାର ଦିନ ଅପରାହ୍ନ ୨ଘଟିକା ସମୟରେ ବିଦ୍ୟାଳୟର ପୂର୍ବତନ ଛାତ୍ର ଛାତ୍ରୀ ,ଗ୍ରାମର ଭଦ୍ର ବ୍ୟକ୍ତି ତଥା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ଏକ ସମ୍ପୂର୍ଣ ବୈଠକ କରିବାର ନିଷ୍ପତ୍ତି ନିଆଯାଇଥିଲା । ସର୍ବ ସମ୍ମତି କ୍ରମେ ଉକ୍ତ ବୈଠକରେ ଆଲୋଚନା ପରେ ପ୍ରାକ ପ୍ରସ୍ତୁତି ତଥା ପରବର୍ତ୍ତୀ କାର୍ଯ୍ୟକ୍ରମ କରିବା ନେଇ ସମସ୍ତେ ସହମତି ପ୍ରକାଶ କରିଥିଲେ । ଆଜିର ବୈଠକରେ ଗାଁ କମିଟି ସଭାପତି ବିରାଟ ପଧାନ, ସମ୍ପାଦକ ତଥା ପୂର୍ବତନ ସରପଞ୍ଚ ବରଡୋଲ ଗ୍ରାମପଞ୍ଚାୟତ ଅହଲ୍ଲାଦ ପଧାନ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଚିତ୍ରଲେଖା ସାମଲ , ଆଲୁମିନି ଛାତ୍ର ସଂଗଠନ ସଭାପତି ବିକାଶ ଅଗ୍ରୱାଲଙ୍କ ସହିତ ଗ୍ରାମର ଭଦ୍ର ବ୍ୟକ୍ତି , ଓ ଶିକ୍ଷକ ଶିକ୍ଷୟିତ୍ରୀ ତଥା କିଛି ପୂର୍ବତନ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।