csstore

ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ ଅନୁସାରେ ତା ୨୨.୧୧.୨୦୨୩ ଏବଂ ୨୪.୧୧.୨୩ ରିଖରେ ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହଠାରେ ପାରାଲିଗାଲ ଭଲେଣ୍ଟିୟରମାନଙ୍କ ନିମନ୍ତେ ଦୁଇଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ତା ୨୨.୧୧.୨୦୨୩ ରିଖରେ ମନିଦ୍ର ସିଂ ହଂସପାଲ, ଅତିରିକ୍ତ ପ୍ରଧ୍ୟାପାକ, ଯୁଧିଷ୍ଠିର ମିଶ୍ର ଆଇନ ମହାବିଦ୍ୟାଳୟ, ବଲାଙ୍ଗିର, ମନୋଜ କୁମାର ମହାନ୍ତି, ଏସ.ଡି.ଜେ.ଏମ, ବଲାଙ୍ଗିର, ବିନୟ କୁମାର ପାତ୍ର, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର ଏବଂ ତା ୨୪.୧୧.୨୦୨୩ ରିଖରେ ଏବେନେଜାର ଦୀପ, ଉତ୍ତର ଉପଖଣ୍ଡୀୟ ମୁଖ୍ୟ, ଆନ୍ତର୍ଜାତୀୟ ନ୍ୟାୟ ମିଶନ୍‌, ଜ୍ୟୋତିରଂଜନ ଦାଶ, ବରିଷ୍ଠ ଦେୱାନୀ ନ୍ୟାୟଧିଶ, ବଲାଙ୍ଗିର ଏବଂ ପାରାଲିଗାଲ ଭଲେଣ୍ଟିୟରମାନଙ୍କର ସମାଜ ଏବଂ ପ୍ରାଧିକରଣ ପ୍ରତି ଥିବା କର୍ତ୍ତବ୍ୟକୁ କିପରି ଭାବେ ସଂପାଦନ କରିବେ ସେ ସଂବନ୍ଧରେ ତାଲିମ ପ୍ରଦାନ କରିଥିଲେ ।

jayashree
Leave A Reply

Your email address will not be published.