ସତ୍ୟବାଦୀ ସ୍ଵାଇଁ ଥିଲେ ସର୍ବ ଜନପ୍ରିୟ ଜନନେତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ନିମାପଡ଼ା କେନ୍ଦ୍ରୀୟ ସମବାୟ ଓ ଜିଲ୍ଲା ଭୁବନ୍ଧକ ବ୍ୟାଙ୍କର ନିର୍ଦ୍ଦେଶକ ତଥା ଡେଲାଙ୍ଗ ପଞ୍ଚାୟତ ସମିତିର ଅଶୀ ଦଶକର ପ୍ରାକ୍ତନ ଅଧ୍ୟକ୍ଷ ସତ୍ୟବାଦୀ ସ୍ଵାଇଁ ଜଣେ ସତ୍ୟ ଧର୍ମନିଷ୍ଠ, ସର୍ବଗୁଣ ସମ୍ପନ୍ନ, ସ୍ପଷ୍ଟବାଦୀ, ସଚ୍ଚୋଟ ରାଜନେତା ଭାବେ ଜନକଲ୍ୟାଣ ପାଇଁ ତାଙ୍କର ନିଃସ୍ଵାର୍ଥପର ସମାଜସେବା, ତ୍ୟାଗ ଚିରସ୍ମରଣୀୟ ରହିବ ବୋଲି ତାଙ୍କ ଏକାଦଶହରେ ଜେନାପୁର ଗ୍ରାମ ପଞ୍ଚାୟତ ଅଧୀନ ହାକପଡା ଗାଁରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି । ସ୍ୱର୍ଗତ ସ୍ୱାଇଁଙ୍କ ସୁପୁତ୍ର ତପନ, ଶାନ୍ତନୁ, ସୁସାନ୍ତ, ଜାମାତା ପ୍ରମୋଦ, ରତ୍ନାକର, ବନ୍ଧୁ ସୁକାନ୍ତ, କନ୍ୟା ଜ୍ୟୋତ୍ସ୍ନା, ସଂଧ୍ୟା ,ଜ୍ଞାତି କୁଟୁମ୍ବଙ୍କ ସହ ତାଙ୍କର ଅତି ଅନ୍ତରଙ୍ଗ ଡେଲାଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ସାହୁ ଓ ଶିକ୍ଷକ ଅଭୟ ଚରଣ ସାହୁଙ୍କ ସମ୍ମିଳିତ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଡେଲାଙ୍ଗ ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷା ବୈରାଗୀ ଜେନା ସଭାପତିତ୍ୱ କରିଥିଲେ । ହିନ୍ଦୁ ବିଧି ଅନୁସାରେ ଭଗବତ କାର୍ଯ୍ୟକ୍ରମ ସହ ସ୍ୱର୍ଗତ ସ୍ୱାଇଁଙ୍କ ଆତ୍ମାର ସଦ୍‌ଗତି ପାଇଁ ସଭାରେ ସମବେତ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ପୂର୍ବତନ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ, କବି ସୂର୍ଯ୍ୟ ମିଶ୍ର, ସମାଜସେବୀ ନଳିନୀ ପଟ୍ଟନାୟକ, ଅର୍ଜୁନ ଜେନା, ପ୍ରଭାସ ପ୍ରଧାନ, କଂଗ୍ରେସ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର, ରାଜ୍ୟ କୃଷକ ସଂଘର ବଳିଷ୍ଠ ନେତା ଅଶୋକ ପ୍ରଧାନ, କିଷାନ୍ ପଟ୍ଟନାୟକ, ବର୍ତ୍ତମାନର ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ, ପ୍ରବଚକ ଶରତ ରାଉତ, ଡେଲାଙ୍ଗ କଲେଜ ଅଧ୍ୟକ୍ଷ ସରୋଜ ପଣ୍ଡା, ଜିଲ୍ଲା ଯୁବ ବିଜେଡି ସଭାପତି ନାରାୟଣ ସ୍ବାଇଁ, ଚିତ୍ରସେନ ନିଶଙ୍କ, ରାଜ୍ୟ କଂଗ୍ରେସ ସାଧାରଣ ସମ୍ପାଦକ ଜ୍ଞାନ ରଂଜନ ପଟ୍ଟନାୟକ, କଂଗ୍ରେସ ନେତା ବିଶ୍ବକେତନ ହରିଚନ୍ଦନ ମହାପାତ୍ର, ଦେବ ପ୍ରସାଦ ରାଉତ, ନବଘନ ପ୍ରଧାନ, କାକଟପୁରର କଂଗ୍ରେସ ନେତା ସୌମ୍ୟକାନ୍ତ ଖୁଣ୍ଟିଆ, ନିମାପଡ଼ାର ବିଜୟ ପ୍ରଧାନ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ନିତ୍ୟାନନ୍ଦ ସ୍ୱାଇଁ, ଗଦାଧର ପ୍ରଧାନ, ଜିଲ୍ଲା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, ପ୍ରାକ୍ତନ ପୋଲିସ ଅଫିସର ଲକ୍ଷ୍ମୀଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ବଟକୃଷ୍ଣ ଜେନା, ଶିକ୍ଷାବିତ୍ କୁନ୍ତଳା ବିଶ୍ବାଳ, ସନ୍ତୋଷ ମହାନ୍ତି, କବିତାରାଣୀ ପରିଡ଼ା, ବେରବୋଇ ଗାନ୍ଧୀ କମିଟିର ସଦସ୍ୟ ବୃନ୍ଦ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ମାଗୁଣି ଚରଣ ସାହୁଙ୍କ ସହ ମିଶି ଡେଲାଙ୍ଗ କଲେଜ ପ୍ରତିଷ୍ଠାରେ ତାଙ୍କର ତ୍ୟାଗ, ନିଜ ଗାଁରେ ବିଦ୍ୟାଳୟ ପ୍ରତିଷ୍ଠାରେ ଭୂମିକା, ଡେଲାଙ୍ଗ ଅଞ୍ଚଳବାସୀଙ୍କ ପାଇଁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଶିକ୍ଷା, ସ୍ଵାସ୍ଥ୍ୟ କେନ୍ଦ୍ର, ପଶୁ ଡାକ୍ତରଖାନାର ଉନ୍ନତି କରଣ, ଗାଁ ଗାଁ ସାଇକେଲରେ ବୁଲି ଲୋକଙ୍କ ଦୁଃଖ ବୁଝି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା, ବ୍ୟାଙ୍କ ନିର୍ଦ୍ଦେଶକ ରହି କୃଷକମାନଙ୍କ ଉନ୍ନତି ଓ ବ୍ୟାଙ୍କରେ ନିଯୁକ୍ତି ସୁଯୋଗ ସୃଷ୍ଟି, ନିଜ ଗାଁ ଓ ଚତୁଃପାର୍ଶ୍ଵର ଦେବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବାରେ ତାଙ୍କର ମୁଖ୍ୟ ଭୂମିକା ପାଇଁ ସେ ସବୁଦିନ ପାଇଁ ସମାଜରେ ମନେ ରହିଥିବେ ବୋଲି ପ୍ରକାଶ କରି ଜନନେତା ମାନେ ଜନସେବାରେ ବ୍ରତି ହେବାକୁ କହିଥିଲେ । ପ୍ରାକ୍ତନ ଡେଲାଙ୍ଗ ବ୍ଲକ୍ ଅଧ୍ୟକ୍ଷ ପ୍ରସନ୍ନ ସାହୁ ମଞ୍ଚ ପରିଚାଳନା କରିଥିଲାବେଳେ ସଂସ୍କୃତି ପ୍ରେମୀ ଶିକ୍ଷକ ଅଭୟ ଚରଣ ସାହୁ ସମସ୍ତ କାର୍ଯ୍ୟକ୍ରମକୁ ସୁସଂଯୋଜନା କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଭୁତି ଭୁଷଣ ହୋତା, ବଟକୃଷ୍ଣ ଦାଶ, ଶିକ୍ଷକ ବସନ୍ତ ଦାସ, ପ୍ରଶାନ୍ତ ମହାରଣା, ଦିଲ୍ଲୀପ ନାୟକ ପ୍ରମୁଖ ତାଙ୍କର ଶିକ୍ଷାର ପ୍ରସାର ପାଇଁ ଚେଷ୍ଟା ଓ ଜନସେବା ଚିରକାଳ ମନେରହିବ ବୋଲି କହିଥିଲେ । ପ୍ରାକ୍ତନ ସମବାୟ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଓ ଡେଲାଙ୍ଗ ଅଞ୍ଚଳବାସୀଙ୍କ ତରଫରୁ ସ୍ଵର୍ଗତ ସ୍ଵାଇଁଙ୍କ ଉଦ୍ଦେଶ୍ୟରେ ଶ୍ରେଷ୍ଠ ବ୍ୟକ୍ତି ଭାବେ ସ୍ମୃତି ସମ୍ମାନ ତାଙ୍କ ପତ୍ନୀ ସତ୍ୟଭାମା, ପୁତ୍ର ତପନ, ଶାନ୍ତନୁ, ସୁସାନ୍ତଙ୍କୁ ମଞ୍ଚରେ ପ୍ରଦାନ କରାଯାଇଥିଲା । ଶିକ୍ଷକ ଅଭୟ ସାହୁ ସ୍ଵର୍ଗତ ସ୍ଵାଇଁଙ୍କ ଉଦ୍ଦେଶ୍ୟରେ କୋହଭରା ଶେଷ ବିଦାୟ ସଙ୍ଗୀତ ଗାଇଥିଲେ । ଏଥିରେ ଆଖପାଖ ଅଞ୍ଚଳରୁ ଏକ ହଜାରରୁ ଉର୍ଦ୍ଧ୍ବ ପୁରୁଷ ଓ ନାରୀମାନେ ଯୋଗଦେଇଥିଲେ । ପ୍ରସନ୍ନ ସାହୁ ତାଙ୍କର ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିଲେ । ସ୍ବର୍ଗତ ସ୍ଵାଇଁଙ୍କ ଗୁଣଗ୍ରାହୀମାନଙ୍କୁ ପତ୍ନୀ ସତ୍ୟଭାମା ପୁତ୍ର ତପନ, ଶାନ୍ତନୁ, ସୁସାନ୍ତ, ଭ୍ରାତା କୁମର, ପୁତୁରା ଶ୍ରୀକାନ୍ତ, ହରିଆ ଓ ପରିବାର ବର୍ଗ କୃତଜ୍ଞତା ଜ୍ଞାପନ କରିଥିଲେ ।ଶ୍ରଦ୍ଧେୟା ସୌମ୍ୟା, ଅନନ୍ୟା, ତେଜସ୍ଵୀନି, ତପସ୍ୱିନୀ, ଅଂଶୁମାନ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.