jsm

ବାଲି ଚୋରା ଚାଲାଣ ବେଳେ ଏଆର୍‌ଏସ୍‌ଏସ କମ୍ପାନୀର ୫ ଗାଡି ଜବତ

csstore

ବଣାଇ, (ନାରାୟଣ ଚନ୍ଦ୍ର ବେହେରା) : ବଣାଇଁ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର ବ୍ରିଜ ତଳୁ ବିଳମ୍ବିତ ରାତ୍ରିରେ ବାଲି ଚୋରା ଚାଲାଣ କରୁଥିବା ବେଳେ ଏଆର୍‌ଏସ୍‌ଏସ୍ କମ୍ପାନୀର ୫ଟି ଗାଡି ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ବ୍ରାହ୍ମଣୀ ନଦୀ ଶଯ୍ୟାର ନରେନ୍ଦ୍ର ନିକଟରେ ଏକ ବାଲିଘାଟ ରହିଥିବା ବେଳେ ଗତ ବର୍ଷ କୌଣସି କାରଣରୁ ବାଲିଘାଟଟି ସରକାରୀ ନିଲାମ ହୋଇନପାରି ବନ୍ଦ ହୋଇଯାଇଛି । ଫଳରେ ଏହାର ସୁଯୋଗ ନେଇ ବାରକୋଟଠାରୁ ରାଜାମୁଣ୍ଡା ପର୍ଯ୍ୟନ୍ତ ରାସ୍ତା କାର୍ଯ୍ୟ କରୁଥିବା ଏଆର୍‌ଏସ୍‌ଏସ୍‌ କମ୍ପାନୀ ବିଭିନ୍ନ ସମୟରେ ବ୍ରାହ୍ମଣୀ ବ୍ରିଜ ତଳୁ ବିନା କାଗଜ ପତ୍ରରେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିଲା । ଗତକାଲି ମଧ୍ୟ ବିଳମ୍ବିତ ରାତ୍ରିରେ ନରେନ୍ଦ୍ର ଗ୍ରାମବାସୀ ବାଲି ଚାଲାଣ ହେଉଥିବା ଦେଖି ସନ୍ଦେହରେ ଗାଡି ଗୁଡ଼ିକ ଅଟକ ରଖି ପଚରାଉଚୁରା କରିବାରୁ ବିନା କାଗଜ ପତ୍ରରେ ଏହା ଚାଲାଣ ହେଉଥିବା ଜଣାପଡିଥିଲା । ଏହା ଜାଣି ଗ୍ରାମବାସୀ ବଣାଇଁ ଥାନାକୁ ସୂଚନା ଦେବା ପରେ ସଙ୍ଗେ ସଙ୍ଗେ ଥାନା ଅଧିକାରୀ ଜ୍ଞାନେନ୍ଦ୍ର ସାହୁ ସଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡି ଗୁଡିକୁ ଜବତ କରି ଥାନାକୁ ଆଣିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.