csstore

ସଂକଳ୍ପ ପରିବାର ତରଫରୁ ମାଗଣା ରକ୍ତ ବର୍ଗ ଚିହ୍ନଟ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବ୍ଲକ ସ୍ଥିତ ବରଡୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ କେନାଲ ଝୁପିଡ଼ିପଡ଼ା, ଡାଙ୍ଗରେ ସଂକଳ୍ପ ପରିବାର ଓ ରାଜ ପୋଲିକ୍ଲିନିକ, ବରଗଡ଼ର ମିଳିତ ଉଦ୍ୟମରେ ସ୍କୁଲରେ ପାଠ ପଢୁଥିବା ୩୫ଜଣ ଛାତ୍ର ଛାତ୍ରୀ ମାନଙ୍କର ମାଗଣାରେ ରକ୍ତ ବର୍ଗ ଚିହ୍ନଟ କରାଯାଇଥିଲା । ନିଜର ସାମାଜିକ କର୍ତ୍ତବ୍ୟ ଭାବି ସଂକଳ୍ପ ପରିବାରର ଅନୁରୋଧ କ୍ରମେ ଆଜିର ରକ୍ତ ବର୍ଗ ଚିହ୍ନଟ ଶିବିର ରାଜ୍ ପୋଲିକ୍ଲିନିକ, ବରଗଡ଼ର ପ୍ରତିଷ୍ଠାତା ରାଜକିଶୋର ପାଣିଗ୍ରାହୀ ସମ୍ପୂର୍ଣ୍ଣ ସହଯୋଗ କରିବା ସହିତ ନିଶୁଳ୍କ ସେବା ଯୋଗାଇ ଦେଇଥିଲେ । ଆଜିର ଶିବିରକୁ ସଫଳତାର ରୂପାୟନରେ ପହଞ୍ଚାଇବାକୁ ଯାଇ ସଂକଳ୍ପ ପରିବାରର ବାସ୍ମତୀ ବଂଛୋର, ରାଜକୁମାର ବଂଛୋର, ନବୀନ ବୁଡେକ, ନିଲେସ ପଧାନ, ଆଲୋକ ପଧାନ, ଚିନ୍ମୟ ପାଣ୍ଡେ, ଅଭିମନ୍ୟୁ ମିଶ୍ରଙ୍କ ସହ ସ୍କୁଲ ପରିଚାଳନା କମିଟି ତଥା ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ନାଏକ, ଶିକ୍ଷୟତ୍ରୀ କଳ୍ପନା ପରିଡା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସଂକଳ୍ପ ପରିବାର ତରଫରୁ ଶ୍ରୀମାନ ବିକାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.