jayashree

ପଞ୍ଚ କୁଣ୍ଡୀୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନ ଟିକ୍ରାପଡା ଅହୋରାତ୍ର ନାମଯଜ୍ଞର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆୟୋଜନ ହେବାକୁ ଥିବା ପଞ୍ଚ କୁଣ୍ଡୟ ବିଶ୍ୱ ଶାନ୍ତି ବିଷ୍ଣୁ ମହାଯଜ୍ଞ ଟିକ୍ରାପଡା ଗାନ୍ଧୀ ପାଠାଗାରଠାରେ ପୂଜ୍ୟ ସ୍ୱାମୀଜୀ ତେଜମୟାନନ୍ଦ ସରସ୍ୱତୀ ଯଂଜ୍ଞ ଆରମ୍ଭ କରିଥିଲେ । ପୂଜକ ସଞ୍ଜୟ କୁମାର ଦାସ ଓ ମହାଦେବ ମିଶ୍ରଙ୍କ ନେତୃତ୍ୱରେ ଯଂଜ୍ଞ କାର୍ଯ୍ୟ କରାଯାଉଛି । ସକାଳ ୭ ଘଣ୍ଟାରୁ କଳସ ଯାତ୍ରା ସହ ସମସ୍ତ ଯଜ୍ଞ କର୍ତ୍ତା ସହ ସମସ୍ତ ସଭ୍ୟ ଉପସ୍ଥିତ ରହି ଏହି ମହାଯଜ୍ଞ ଆରମ୍ଭ କରାଯାଇଥିଲା । ପ୍ରଥମ ଦିନ ଦିବ୍ୟ ବହିଦାର, ଜିତୁ ମଟାରୀ, ରାହୁଲ ସାହୁ, ହରେକୃଷ୍ଣ ପାତ୍ର, ହରିଶଙ୍କର ପଣ୍ଡା ଓ ତାଙ୍କ ସହଧର୍ମିଣୀ ଯଜ୍ଞ କର୍ତ୍ତା ଏବଂ ବୈଷ୍ଣବ ସାହୁ ସହଧର୍ମିଣୀ ସ୍ନେହଲତା ତଥା ଉପମୁଖ୍ୟ କର୍ତ୍ତା ଦିଲୀପ ଅଗ୍ରୱାଲ ସହଧର୍ମିଣୀ ଅନିତା ଅଗ୍ରୱାଲ ଯଜ୍ଞ କର୍ତ୍ତାର ଦାୟିତ୍ୱ ତୁଲାଇଥିଲେ । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀକୃଷ୍ଣ ଚୈତନ୍ୟ ସେବା ସଂସ୍ଥାନର ସଭାପତି ପ୍ରକାଶ ନେପାକଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓ ଯୋଗଦାନ କରି ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ ପଚାଶ ବର୍ଷ ପୂରଣ କରି ଇତିହାସ ସୃଷ୍ଟି କରିଛି ବୋଲି ମତ ବ୍ୟକ୍ତ କରିଥିଲେ । ଏହି ସଭାରେ ବିଶିଷ୍ଠ ସମାଜସେବୀ ବିକ୍ରମାନନ୍ଦ ବହିଦାରଙ୍କୁ ସମାଜର ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସଶ୍ଳିଷ୍ଟ ରହି ସନାତନ ଧର୍ମର ପ୍ରଚାରକ ରୂପେ ନିଜକୁ ନିୟୋଜିତ କରିଥିବାରୁ ତାଙ୍କୁ ମାନପତ୍ର ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା । ଭମରଙ୍କୁ ମଧ୍ୟ ଆଧ୍ୟାତ୍ମିକ କାର୍ଯ୍ୟରେ ଯୋଗଦାନ ପାଇଁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ସ୍ୱର୍ଗୀୟ ପ୍ରତିଷ୍ଠାତା ସଭ୍ୟମାନଙ୍କ ପରିବାର ବର୍ଗଙ୍କୁ ମରଣୋତ୍ତର ମାନ ପତ୍ର କମିଟି ତରଫରୁ ପ୍ରଦାନ କରାଯାଇଥିଲା । ପ୍ରତିଷ୍ଠାତା ସଭ୍ୟ କୁଳମଣି ନାଏକ, ପ୍ରଫୁଲ୍ଲ ନେପାକ, ଭଗବାନ ବଗର୍ତି, ଦୁଲିଚନ୍ଦ ଅଗ୍ରୱାଲଙ୍କୁ ମାନପତ୍ର ଓ ଉପଢୌକନ ଦେଇ କମିଟି ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ମାନିତ ଅତିଥିମାନେ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ମଞ୍ଚ ପରିଚାଳନା ସଭ୍ୟ ମଧୁ ନାଏକ କରିଥିଲେ । ମଞ୍ଚରେ ଉପସଭାପତି ପ୍ରଦୀପ ସାହୁ, ମୁଖ୍ୟ ଉପଦେଷ୍ଟା ଭଗବାନ ବଗର୍ତି, ସମ୍ପାଦକ ଅଙ୍କୁଶ ହୋତା ଏବଂ ମହିଳା କମିଟି ସଭାପତି ବନେଶ୍ୱରୀ ବେହେରା ମଂଚାସୀନ ଥିଲେ । ସମ୍ପାଦକ ଅଙ୍କୁଶ ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.