ବଲାଙ୍ଗିର ଜିଲ୍ଲା ମିର୍ଦ୍ଧା ସମାଜର ତିଳତର୍ପଣ ଓ ବାର୍ଷିକ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ପଞ୍ଚାୟତ ପତ୍ରପାଲି ଗ୍ରାମରେ ବଲାଙ୍ଗିର ଜିଲ୍ଲା ମିର୍ଦ୍ଧା ସମାଜର ସଭାପତି ଗୋପାଳ ପଧାନଙ୍କ ସଭାପତିତ୍ଵରେ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଞ୍ଜନ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅନୁସୂଚିତ ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ବ୍ରଜମୋହନ ବିଶୋଇ, ବିଜେଡି ବ୍ଲକ ସଭାପତି ହୃଦୟାନନ୍ଦ ବେହେରା, କୈଳାଶ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ଲୋଇସିଂହା ପଞ୍ଚାୟତ ମିର୍ଦ୍ଧା ସମାଜ ସଭାପତି ବୀରକିଶୋର ବାଗ, ସଂପାଦକ ଗୋବିନ୍ଦ ପ୍ରଧାନ, ରାଜକୁମାର ବାଗ, ଫକୀର ପଧାନ, ନିରଞ୍ଜନ ବାଗ, ଲବ ପଧାନ, ଯୁଧିଷ୍ଠିର ପଧାନ, ଗଦନ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମିର୍ଦ୍ଧା ସମାଜର ନୀତି ନିୟମ, କଳା, ସଂସ୍କୃତି ଉପରେ ଆଲୋଚନା କରାଯାଇଥିଲା । ଯୌବନ ପଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.