ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପିର ଛତ୍ରପୁର ବ୍ଲକ ଘେରାଉ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ବିଜେପି ପକ୍ଷରୁ ଛତ୍ରପୁର ବ୍ଲକ ଅଫିସ ଘେରାଉ କରାଯାଇଛି । ଅନୁସୂଚିତ ଜାତି ସେଲ୍ ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକଙ୍କ ନେତ୍ତୃତ୍ୱରେ ଶହସ୍ରାଧିକ ଚାଷୀ, ମୂଲିଆ, ମହିଳା, ନେତା ଓ କର୍ମୀଙ୍କ ସମେତ ବିଜେପି ଦଳୀୟ ନେତ୍ତୃତ୍ୱରେ ବ୍ଳକ୍ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ମନରେଗା ଯୋଜନା, ରାସ୍ତାଘାଟ, ପାନୀୟ ଜଳ, ଜଳ ସେଚନ ଯୋଜନା, ଗ୍ରାମ୍ୟ ଉନ୍ନୟନ ଯୋଜନା ଆଦିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗଞ୍ଜାମ ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପୂର୍ବତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା, ପ୍ରଶାନ୍ତ କର, ପଦ୍ମ ଚରଣ ସାହୁ, ଆଡଭୋକେଟ ପ୍ରଦୀପ କୁମାର ପାଢ଼ୀ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ କିପରି ଦୁର୍ନୀତି କରିଛନ୍ତି, ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକ ଅଫିସରେ ଚାଲିଥିବା ୫୦ ପ୍ରତିଶତ ପି.ସି. କାରବାର ଏବଂ ଛତ୍ରପୁର ବ୍ଲକ ତା’ର ଜ୍ୱଳନ୍ତ ଉଦାହରଣ ବୋଲି ଉଦ୍‌ବେଗର ସହ କହିଥିଲେ । ଆବାସ ଯୋଜନାରେ କିପରି ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛି, ରାସନ କାର୍ଡ ପୋର୍ଟାଲ ସାଇଡ ଦୀର୍ଘ ତିନି ବର୍ଷ ହେଲା ରାଜ୍ୟ ସରକାର ବନ୍ଦ କରିଛନ୍ତି । ସେ ସମ୍ପର୍କରେ କହିଥିଲେ ନେତୃମଣ୍ଡଳୀ । ୧ ଲକ୍ଷ କୋଟିରୁ ଅଡଧିକ ବାଲି ସ୍କାମରେ ଯେଉଁମାନେ ଜଡିତ ସେ ସମ୍ପର୍କରେ ମତ ରଖିବା ସହ ଏଥିରେ କେବଳ ବାଲି ମାଫିଆଙ୍କୁ ଗିରଫ କରି ଅନ୍ୟମାନଙ୍କୁ ଛାଡି ଦେବା ଠିକ୍‌ ନୁହେଁ ବୋଲି କହିଥିଲେ । ଜଳସେଚନ କଥା କୁହାଯାଉଛି, ଆଜି ଜିଲ୍ଲାରେ ମରୁଡି ପରିସ୍ଥିତି କାହିଁକି ଉପୁଜିଛି ସେ ସମ୍ପର୍କରେ ରାଜ୍ୟ ସରକାର ଜବାବ ଦେବାର ଆବଶ୍ୟକତା ରହିଥିବା କହିଥିଲେ । ଛତ୍ରପୁର ବ୍ଲକ ସୁନ୍ଦରପୁର ପଞ୍ଚାୟତରେ କିପରି ପୋଖରୀର ଗାର୍ଡ ୱାଲ ଭୁଷୁଡ଼ି ପଡିଲା
ତା’ର ତଦନ୍ତ କରାଗଲା ନାହିଁ ବୋଲି କହିବା ସହ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା ହୋଇଥିବା କୁହାଯାଇଥିଲା । ଏହି ଅବସରରେ ରାଜ୍ୟପାଳଙ୍କ ଉଦେଶ୍ୟରେ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଘେରାଉ ପୂର୍ବରୁ ସ୍ଥାନୀୟ ଅପରବସ ଷ୍ଟାଣ୍ଡଠାରୁ ଏକ ବଡ଼ ଧରଣର ରାଲି ଛତ୍ରପୁର ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ ବେହେରା, ପ୍ରଫୁଲ୍ଲ ପଣ୍ଡା, ଭୀମ ବେହେରା, ସମ୍ବିତ ରାଉଳ, ଅମରେଶ ମହାରଣାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.