ରାଜ୍ୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୭ରୁ ୧୯ ତାରିଖ ତିନି ଦିନ ଧରି ପୁରୀର ରେଲୱେ କଲ୍ୟାଣ ମଣ୍ଡପଠାରେ ଓଡିଶା ରାଜ୍ୟ ସବ୍‌ ଜୁନିୟର କ୍ୟାଡେଟ୍‌ କ୍ୟୋରୁଗି (ଫାଇଟ) ଓ ପୁମସେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ୧୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ (-୩୨ କେଜି) ବାଳିକା ସବ୍‌ଜୁନିୟର ଖିରୋଗି ବିଭାଗରେ ସାନ୍‌ଭି ପ୍ରଧାନ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ (-୪୧) କେଜି କ୍ୟୋରୁଗି ବିଭାଗରେ ଇସାନା ମହାନ୍ତି ବ୍ରୋଞ୍ଜ ପଦକ ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ଏହି ଅବସରରେ ଓଡିଶା ଟାଇକଣ୍ଡୋ ସଂଘ ସଭାପତି ବ୍ୟୋମେକେଶ ଅଭିଳାଶ ପ୍ରସାଦ ଓ ସାଧାରଣ ସଂପାଦକ ମନମୋହନ ଭଞ୍ଜ କୃତି ଛାତ୍ର ଛାତ୍ରୀଙ୍କୁ ମେଡାଲ ସହ ପୁରସ୍କୃତ କରିଥିଲେ । ଏଥିରେ ରାଜ୍ୟ ସଂଘ ସଭାପତି ଅସୀମ ଭୋଇଙ୍କୁ କୋଚ ଟ୍ରଫି ସହ ସମ୍ମାନିତ କରିଥିଲେ । ଆସନ୍ତା ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଡେହେରାଡୁନ୍‌ ଠାରେ ହେବାକୁ ଥିବା ଜାତୀୟ ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତାରେ ବଲାଙ୍ଗିରର ସ୍ୱର୍ଣ୍ଣପଦକ ବିଜେତା ସାନ୍‌ଭି ପ୍ରଧାନ ଓଡିଶାରୁ ପ୍ରତିନିଧିତ୍ୱ କରିବେ ବୋଲି କୋଚ ଅସୀମ ଭୋଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଟାଇକଣ୍ଡୋ ଟ୍ରେନଂ ପାଇଁ ଜିଲ୍ଲା ପ୍ରଶାସନ ଏକ ଟ୍ରେନିଂ ହଲର ବ୍ୟବସ୍ଥା କରିପାରିଲେ ଏହି ଜିଲ୍ଲାର ଛାତ୍ର ଛାତ୍ରୀମାନେ ଆହୁରି ଅଧିକ ଉପକୃତ ହେବେ ଓ ଟାଇକଣ୍ଡୋ ଖେଳରେ ନିଜର ଭବିଷ୍ୟତ ଗଠନ କରିପାରିବେ ବୋଲି ଶ୍ରୀ ଭୋଇ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.