oom

ଯମୁନା ଗ୍ରାମରେ ଅଁଳା ନବମୀ ପାଳିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରସିଦ୍ଧ ଧବଳେଶ୍ଵର ଶିବ ମନ୍ଦିର ପରିସରରେ ମଙ୍ଗଳବାର ପବିତ୍ର ଅଁଳା ନବମୀ ତଥା ରାଧା ପାଦ ଦର୍ଶନ କାର୍ଯ୍ୟକ୍ରମ ଗ୍ରାମବାସୀଙ୍କ ପକ୍ଷରୁ ଏକାଠି ଗୋଟିଏ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ବ୍ରତଧାରୀଙ୍କ ପାଇଁ କାର୍ତ୍ତିକ ପଞ୍ଚୁକ ବ୍ରତ ଆରମ୍ଭ ହେଉଥିବା ବେଳେ ପ୍ରଥମ ଦିନ ଅଁଳା ନବମୀ ଓ ରାଧା ପାଦ ଦର୍ଶନ ଅନୁଷ୍ଠିତ ହୋଇଥାଏ । ବିଧିପୂର୍ବକ ଅଁଳା ବୃକ୍ଷ ମୂଳରେ ପୂଜାର୍ଚ୍ଚନା କରାଯାଇ ପଞ୍ଚୁକ ବ୍ରତ ଆରମ୍ଭ କରାଯାଇଥିଲା । ଏହି ଅଁଳା ନବମୀ ପୂଜାର୍ଚ୍ଚନାରେ କର୍ତ୍ତା ରୂପେ ଗ୍ରାମର ଗୌନ୍ତିଆ ତଥା ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ମହାକୁର ଓ ତାଙ୍କ ଧର୍ମପତ୍ନୀ ଝୁନୁରାଣୀ ମହାକୁର, ପୂଜକ ଦୁର୍ଯ୍ୟୋଧନ ପାଣିଗ୍ରାହୀ, ଶିବ ମନ୍ଦିର ପୂଜକ ଗୋପୀନାଥ ଥନାପତି, ବ୍ରତୀ ରୂପେ ଜେହେରୁ ମହାକୁର, ନଟବର ମେର୍ଲି, ଗାନ୍ଧୀଲାଲ ମହାକୁରଙ୍କ ସହ ବହୁ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସାମିଲ ହୋଇଥିଲେ । ଚୈତନ୍ୟ ଶିକା ଓ ଦିଲ୍ଲୀପ କର୍ଣ୍ଣଙ୍କ ସହ ବହୁ ମହିଳା ସଙ୍କିର୍ତ୍ତନ୍ୟ ପରିବେଷଣ କରିଥିଲେ । ଏଥିରେ ଗ୍ରାମର ଭିକାରୀ ପାତ୍ର, ବ୍ରଜମୋହନ ମହାକୁର, ସୁଶିଲ ମେର୍ଲି, ଉଦ୍ରାଧର ମହାକୁର, ହୃଦାନନ୍ଦ କର୍ଣ୍ଣ, ଲୋଚନ ମହାକୁର, ବ୍ୟାସଦେବ ପଧାନ, ପରମାନନ୍ଦ ମହାକୁର, ଅଶୋକ ପଧାନ, ସ୍ଵପ୍ନେଶ୍ୱର ମେର୍ଲି, ସୁଶାନ୍ତ ପଧାନ, ରଙ୍ଗାଧର ପଧାନ, ରମେଶ ପଧାନ, ଚୂଡାମଣି ପାତ୍ର, ଲୁଲୁ ମହାକୁରଙ୍କ ସହ ଗ୍ରାମର ବହୁ ମହିଳା ଶ୍ରଦ୍ଧାଳୁ ଓ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବ୍ଲକ ଅଞ୍ଚଳର ବିଭିନ୍ନ ଶୈବ ପୀଠ ଓ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁମାନଙ୍କ ଦ୍ଵାରା ଅଁଳା ନବମୀ ପାଳିତ ହୋଇଯାଇଛି ।

jittmm
Leave A Reply

Your email address will not be published.