csstore

ଜଙ୍ଗଲ ଗ୍ରାମ ତଥା ଅଣ ସର୍ବେକ୍ଷଣ ଗ୍ରାମ ଗୁଡ଼ିକ ଚିହ୍ନଟ କରି ସାଧାରଣ ବିଜ୍ଞପ୍ତି ଜାରି କରିବା ପାଇଁ ଦାବୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋ’ ଜଙ୍ଗଲ ଜମି ଯୋଜନା ତଥା ଜଙ୍ଗଲ ଅଧିକାର ସ୍ୱୀକୃତ ଆଇନ ୨୦୦୬ ଓ ସଂଶୋଧିତ ନିୟମ ୨୦୧୨ ଅନୁଯାୟୀ ଜଙ୍ଗଲ ଗ୍ରାମ ତଥା ଅଣ ସର୍ବେକ୍ଷଣ ଗ୍ରାମ ଗୁଡ଼ିକ ଚିହ୍ନଟ କରି ସାଧାରଣ ବିଜ୍ଞପ୍ତି ଜାରି କରିବା ପାଇଁ ତୁରେକେଲା ବ୍ଳକ୍‌ ଗଂଜାଉଡ଼ାର ଗ୍ରାମର ଜିନ୍ଦାବାଦ ସଂଗଠନ ପକ୍ଷରୁ ବଲାଙ୍ଗିର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ପାଖରେ ଦାବୀ କରାଯାଇଛି । ତେବେ ୧ ନଭେମ୍ବର ୨୦୨୩ ମଧ୍ୟରେ ବିଜ୍ଞପ୍ତି ଜାରି କରାଯାଇ ଜଙ୍ଗଲ ଭିତରେ ଥିବା ପଡ଼ା ତଥା ଗ୍ରାମଗୁଡ଼ିକରେ ଜଙ୍ଗଲ ଅଧିକାର କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ ସେମାନେ ଦାବୀ କରିଛନ୍ତି । ଜିନ୍ଦାବାଦ ସଂଗଠନ ପକ୍ଷରୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନେ ଦାବୀ ଜଣାଇଛନ୍ତି ।

jayashree
Leave A Reply

Your email address will not be published.