csstore

ଧାନ ମଣ୍ତି ଉଦ୍‌ଘାଟିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ବରଗଡ଼ ନିୟନ୍ତ୍ରୀତ ବଜାର କମିଟି ଅଧୀନରେ ଥିବା ବେହେରା ମାର୍କେଟକୁ ଯାଇ ସେଠାରେ ପୂଜାର୍ଚନା କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଅଂଚଳର ଚାଷୀମାନଙ୍କ ସହିତ ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ, ରାଜ୍ୟ ସମବାୟ ସଂଘ ସମୂହର ଉପସଭାପତି ବୀରୋସେନ ସାହୁ, କଟାପାଲି କୃଷି ସମବାୟ ସମିତିର ସଭାପତି ଧ୍ରୁବ ସାହୁ, ସମ୍ବଲପୁରୀ ବସ୍ତ୍ରାଳୟର ସଭାପତି ସମ୍ବିତ ଆଚାର୍ଯ୍ୟ, ସରସରା ସମିତିର ସଭାପତି ଜୟଦେବ ଗଡତିଆ, ସମ୍ପାଦକ ଟଙ୍କଧର ସାହୁ, ମାର୍କେଟ ୟାର୍ଡ଼ ଇନଚାର୍ଜ ରମେଶ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.