ମୁକୁଳା ଡ୍ରେନରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଲାଠୋର ଅଗ୍ରସେନ ଭବନ ନିକଟରେ ଅଘଟଣ । ମୁକୁଳା ଡ୍ରେନ୍‌ରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣକ ସଦର ଲାଠୋରର ଥେଙ୍କୁ ବାଗ(୪୦) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଏହି ବ୍ୟକ୍ତି ଜଣକ ମୁକୁଳା ଡ୍ରେନ ଭିତରେ ପଡିଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଖବର ପାଇ ଲାଠୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଖପ୍ରାଖୋଲ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ତେବେ ନିଶାଶକ୍ତ ଅବସ୍ଥାରେ ଡ୍ରେନ ଭିତରେ ପଡି ତାଙ୍କର ମୃତ୍ୟୁ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ଏନେଇ ଲାଠୋର ଥାନାଧିକାରୀ ଝସକେତନ ଭୋଇଙ୍କୁ ପଚାରିବାରୁ ତଦନ୍ତ ଚାଲିଛି ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛନ୍ତି । ଏନେଇ ଲାଠୋର ଥାନା ୟୁ ଡି କେସ ନଂ ୩/୨୦୨୩ ରେ ଏକ ଅପମୃତ୍ୟୁ ମାମଲା ଋଜୁ କରି ଘଟଣାର ଅଧିକ ତଦନ୍ତ କରୁଥିବା ଥାନାଧିକାରୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.