ବ୍ରିଜ ତଳକୁ ଖସିଗଲା ବାଇକ୍‌ : ୩ ଆରୋହୀ ଗୁରୁତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଠଗାଁ ରୋଡ୍‌ରେ ପୁଡ଼ାପାଲି ବ୍ରିଜ ଉପରୁ ପାଖାପାଖି ୨୦ ଫୁଟ୍‌ ତଳକୁ ଏକ ବାଇକ୍‌ ଖସିପଡିଥିବା ବେଳେ ବାଇକ୍‌ରେ ଥିବା ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଖବର ପାଇ ବଲାଙ୍ଗିର ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରିଥିବା ସୂଚନାରେ କୁହାଯାଇଛି । ତେବେ ଦୁର୍ଘଟଣାରେ ଆହତମାନେ ରୁଗୁଡିପାଲି ଗ୍ରାମର ରୋଶନ ବାରିକ, ରାଜ୍‌କୁମାର ବାରିକ ଓ ରତନ ବାରିକ ବୋଲି ଜଣାପଡିଛି । ତେବେ ତିନି ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଖବର ମିଳିଛି ।

Leave A Reply

Your email address will not be published.