ଅଭିଯୁକ୍ତଙ୍କ ଠେଙ୍ଗାମାଡ଼ରେ ଲହୁଲୁହାଣ ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁତୁରା ଓ ଭଣଜାଙ୍କୁ ଆକ୍ରମଣ କରିଥିବା ଯୋଗୁଁ ଅଭିଯୁକ୍ତଙ୍କ ପରିବାର ବର୍ଗଙ୍କୁ ଏ ବିଷୟରେ ଜଣାଇବାକୁ ଯାଇଥିବା ବେଳେ ଅଭିଯୁକ୍ତଙ୍କ ଠେଙ୍ଗା ମାଡ଼ରେ ଲହୁଲୁହାଣ ହୋଇପଡ଼ିଛନ୍ତି ଜଣେ ଯୁବକ । ଏଭଳି ଏକ ଅଭିଯୋଗ ଆସି ବଲାଙ୍ଗିର ଟାଉନ ଥାନାରେ ପହଞ୍ଚିଛି । ଅଭିଯୋଗକାରୀ ଜଣକ ହେଉଛନ୍ତି ବଲାଙ୍ଗିର ସହରର ବୈଜନ୍ତୀପଡ଼ା ନିବାସୀ ଅମରେନ୍ଦ୍ର ବେହେରା । ତାଙ୍କ ଅଭିଯୋଗ ଅନୁସାରେ ଗତକାଲି ତାଙ୍କ ପତୁରା ଅଭିମନ୍ୟୁ ବେହେରା ଓ ଭଣଜା ଭୁବେଶ ନାଏକ ଦୁହେଁ ମିଶି ଶୌଚ ପାଇଁ ପ୍ରତାପସାଗରପଡ଼ା ପୋଖରୀ ପାଖକୁ ଯାଇଥିଲେ । ସେତେବେଳେ ବୈଜନ୍ତୀପଡ଼ା ନିବାସୀ କ୍ରିଷ୍ଣା ନାଏକ ସେମାନଙ୍କୁ କାଦୁଅ ଭିତରକୁ ଠେଲି ଦେବା ସହ ଆକ୍ରମଣ କରିଥିଲେ । ଏ ଘଟଣା ସମ୍ପର୍କରେ ଭଣଜା ଓ ପୁତୁରାଙ୍କଠାରୁ ଶୁଣିବା ପରେ ଅମରେନ୍ଦ୍ର କିଷ୍ଣାଙ୍କ ପରିବାରବର୍ଗଙ୍କୁ ଏକଥା କହିବା ପାଇଁ ଯାଉଥିବା ସମୟରେ କ୍ରିଷ୍ଣା ଠେଙ୍ଗା ସାହାଯ୍ୟରେ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିବା ଅଭିଯୋଗ ନେଇ ସେ ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

Leave A Reply

Your email address will not be published.