csstore

ବ୍ଲକସ୍ତରୀୟ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବଲାଙ୍ଗିରର ସଦର ବ୍ଲକସ୍ତରୀୟ ସଭା ସ୍ଥାନୀୟ କର୍ଲାପିଟା ଗ୍ରାମରେ ସତ୍ୟନାରାୟଣ କୁମରା ବ୍ଲକ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଆଦିବାସୀ ଇଷ୍ଟଦେବୀଙ୍କୁ ପୂଜାର୍ଚ୍ଚନା କରାଯାଇ ବାଦ୍ୟର ତାଳେ ତାଳେ ଶତାଧିକ ଆଦିବାସୀ ମହିଳା, ପୁରୁଷ ଗ୍ରାମ ପରିକ୍ରମା କରିଥିଲେ । ନବ ନିର୍ବାଚିତ ସଭାପତି ସତ୍ୟନାରାୟଣ ଭୋଇ ଓ ସଂପାଦକ ପୁରୁଷୋତ୍ତମ ଧରୁଆଙ୍କୁ ଫୁଳତୋଡା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ସଭାପତି ମୁଖ୍ୟ ଅତିଥି ଶ୍ରୀ ଭୋଇଙ୍କ ସହିତ ଅନ୍ୟାନ୍ୟ ସମ୍ମାନିତ ଅତିଥି ରୂପେ ପୁରୁଷୋତ୍ତମ ଧରୁଆ, ଜିଲ୍ଲା ସଂପାଦକ ଯଥା ବିଶ୍ୱାଲ, କ୍ଷମାନିଧି ଦଳପତି, ସୁରେନ୍ଦ୍ର ଭୋଇ, ଗଜେନ୍ଦ୍ର ଝାଙ୍କର, ମୁରଲୀଧର ମଲ୍ଲିକ, ପ୍ରେମରାଜ ବରିହା, ଭୁବନ ନାଏକ, ହରିବନ୍ଧୁ ଧରୁଆ, ସଭାପତି ଗଣ୍ଡ ସମାଜଙ୍କୁ ମଂଚାସୀନ କରାଇଥିଲେ । ମହାଦେବ ବଡକା ସଭା ପରିଚାଳନା କରିଥିଲେ । ମୁଖ୍ୟବକ୍ତା ଭାବେ କ୍ଷମାନିଧି ଦଳପତି ନିଜ ବକ୍ତବ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ଆଦିବାସୀ ମାରଣନୀତି ବିରୁଦ୍ଧରେ ଉପସ୍ଥିତ ଆଦିବାସୀ ମା’, ଭଉଣୀମାନଙ୍କୁ ଅବଗତ କରି ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଇଥିଲେ । ଆଗାମୀ ନିର୍ବାଚନରେ ଅସହଯୋଗ କରିବାକୁ ମତପୋଷଣ କରିଥିଲେ । ଅନ୍ୟାନ୍ୟ ଅତିଥି ବୃନ୍ଦ ତାଙ୍କ ବକ୍ତବ୍ୟରେ ସରକାରଙ୍କର ଆଦିବାସୀ ବିରୋଧୀ କାର୍ଯ୍ୟ ଯଥା ଆଦିବାସୀ ଜମିକୁ ସହଜରେ ଅଣଆଦିବାସୀଙ୍କୁ ହସ୍ତାନ୍ତରିତ, ମାଳି ଓ ରଣା (କୁମ୍ଭାର) ଜାତିକୁ ଆଦିବାସୀ ମାନ୍ୟତା ଦେବା, ମଦ, ମାଂସ ଦେଇ ଆଦିବାସୀ ଭୋଟ ହାତେଇବା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ବଲାଙ୍ଗିର ଜିଲ୍ଲାରେ ୪୭୦ ନକଲି ଆଦିବାସୀ ଚିହ୍ନଟ ହୋଇଥିଲେ ମଧ୍ୟ ଅଦ୍ୟାବଧି ବହିଷ୍କୃତ ହୋଇ ନ ଥିବାରୁ ଅସନ୍ତୋଷବ୍ୟକ୍ତ କରିଥିଲେ । ମହାଦେବ ବଡକା ସଭା ପରିଚାଳନା କରିଥିବା ବେଳେ ଅନାଦି ମରପାଚୀ, ନିରଞ୍ଜନ ଧରୁଆ, ପ୍ରହଲ୍ଲାଦ ଝାଙ୍କର, ଶିବ ଶଙ୍କର ଧରୁଆ, କେଶବ ମଲ୍ଲିକ, ବୈକୁଣ୍ଠ ଧରୁଆ, ପଞ୍ଚାନନ କୁଅଁର, ଶେଷଦେବ ମାଝି, ଯୁଗସାଏ ଭୋଇ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଶେଷରେ ଭୁବନ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.