ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନା ଅନ୍ତର୍ଗତ ନୂଆ ୟୁବି ଓ ନବୀନ ଓଡ଼ିଶା ଆମ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ନୃତ୍ୟ ଓ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଡ. ଏ କେ ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଏକକ ଓ ଗୋଷ୍ଠୀଗତ ନୃତ୍ୟ ସହିତ ଓଡ଼ିଶାର ପରମ୍ପରାର ପ୍ରତୀକ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ସାଂସ୍କୃତିକ କାର୍ଯ୍ୟାକ୍ରମ ବର୍ଗର ସଂଯୋଜକ ଅଧ୍ୟାପକ ସୁରତ ଗିରି ଏବଂ ଅଧ୍ୟାପିକା ମନିଶା ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ବିଚାରକ ଭାବେ ନୃତ୍ୟ ଗୁରୁ ସୁବ୍ରତ କୁମାର ଭୁୟାଁ ଯୋଗଦେଇଥିଲେ । ଏକକ ନୃତ୍ୟ ଓ ଗୋଷ୍ଠୀଗତ ନୃତ୍ୟରେ ଶତାଧିକ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ସହିତ ଅନେକ ଭାଷା ଓ ବେଶ ପୋଷାକକୁ ପ୍ରତିନିଧିତ୍ୱ କରୁଥିବା ଭିନ୍ନ ଭିନ୍ନ ନୃତ୍ୟ ପ୍ରଦର୍ଶନ ବେଶ୍‌ ଆକର୍ଷଣୀୟ ହୋଇଥିଲା । ଏହା ସହିତ ଓଡ଼ିଶାର ଅନ୍ନନ୍ୟ ପରମ୍ପରାର ପ୍ରତୀକ ଝୋଟି ମାଧ୍ୟମରେ ବିଭିନ୍ନ ଚିତ୍ର ଅନ୍ୟତମ ଆକର୍ଷଣ ଥିଲା ।

Leave A Reply

Your email address will not be published.