ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ୩ ଜଣ ବାଳିକା କରାଟେ ପ୍ରତିଯୋଗୀ ଜାତୀୟ ଉପ-କନିଷ୍ଠ କରାଟେ ପ୍ରତିଯୋଗିତାରେ ଓଡିଶା ରାଜ୍ୟ କରାଟେ ସଂଘ ପକ୍ଷରୁ ପ୍ରତିନିଧିତ୍ୱ କରିବେ । ସୁପ୍ରିୟା ସାହୁ ୧୦ ବର୍ଷ (୪୦ କେଜି), ସମୀକ୍ଷା ସମୃଦ୍ଧି ଷଡଙ୍ଗି ୧୧ ବର୍ଷ (୪୫ କେଜି) ଓ ତମନ୍ନା ମେହେର ୧୩ ବର୍ଷ (୩୫ କେଜି) କୁମିତିରେ ଭାଗ ନେବେ । ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତା ନୂଆଦିଲ୍ଲୀର ତାଲକୋଟରା ଇଣ୍ଡୋର ଷ୍ଟାଡିୟମଠାରେ ନଭେମ୍ବର ୧୭/୧୮/୧୯ ୨୦୨୩ ତାରିଖରେ ହେବାକୁ ଯାଉଅଛି । ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଂପାଦକ ହୃଦୟ ଶବରଙ୍କ ସହିତ ତାରିଖ ୧୬.୧୧.୨୦୨୩ ରେ ବଲାଙ୍ଗିରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି । ସମସ୍ତ ବାଳିକା କରାଟେ (କୁମିତେ)ରେ ରାଜ୍ୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରି ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ । ତା.୧୮.୧୧.୨୦୨୩ ଦିନ ସମସ୍ତ ବାଳିକା ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହେବ । ବଲାଙ୍ଗିର ଜିଲ୍ଲାରୁ ଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରିଥିବାରୁ ଜିଲ୍ଲା କରାଟେ ସଂଘର ସଭାପତି ଦେବବ୍ରତ ବେହେରା, ଉପଦେଷ୍ଟା ମାନୁଏଲ ନାଗ, ଉପ-ସଭାପତି ସୁରେଶ ଜାଲ, ଉମେଶ ନନ୍ଦ, କୋଷାଧ୍ୟକ୍ଷ ଗୋଲାପ ବାଗ, ସହ-ସଂପାଦକ ସରୋଜକାନ୍ତ ବେହେରା, କରାଟେ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ସମସ୍ତ ସଦସ୍ୟ ଓ ଖେଳ ପ୍ରେମୀ ଶୁଭେଚ୍ଛା ଜଣାଇଛନ୍ତି ।