jayashree

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗରେ ବିଶ୍ଵ ଦର୍ଶନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାସ୍ତବରେ ଦର୍ଶନ ତତ୍ତ୍ଵ ଏବଂ ଦାର୍ଶନିକ ଶିକ୍ଷା ଯୁଗେ ଯୁଗେ ଦୈନିକ ଜୀବନରେ ବ୍ୟକ୍ତି ଓ ସମାଜର ନୈତିକ ଆଲୋକ ବର୍ତ୍ତିକା ସଦୃଶ କାମ କରିଥାଏ । ପ୍ରତିବର୍ଷ ଏହି ଦିବସକୁ ପାଳନ କରି ଶିକ୍ଷାବିତ୍ ଓ ଶିକ୍ଷାନୁଷ୍ଠାନ ଗୁଡିକ ଦର୍ଶନର ବ୍ୟବହାରିକ ଓ ଯୁଗୋପଯୋଗୀ ତଥ୍ୟ ମାନ ପ୍ରଦାନ କରିଥାନ୍ତି । ବାସ୍ତବରେ ଦାର୍ଶନିକ ତଥ୍ୟ ସଦା ସର୍ବଦା ସତ୍ୟ ଓ ପରିମାର୍ଜିତ ଜ୍ଞାନ ଉପରେ ପର୍ଯ୍ୟବେସିତ‌ ସାମାଜିକ, ବୈଜ୍ଞାନିକ ଏବଂ କଳାକୌଶଳ ସମୂହର ଅତିନ୍ଦ୍ରୀୟ ଜ୍ଞାନ ଅଟେ । ଏହି ତଥ୍ୟକୁ ଆଧାର କରି ମିଳିତ ଜାତିସଂଘ ତରଫରୁ ୨୦୦୨ ମସିହାଠାରୁ ବିଶ୍ଵ ଦର୍ଶନ ଦିବସ ପାଳିତ ହୋଇ ଆସୁଅଛି । ଏହି ପରିପ୍ରେକ୍ଷୀରେ ୧୬‌ ନଭେମ୍ବର ୨୦୨୩ ଦିନ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଦର୍ଶନ ବିଭାଗ ତରଫରୁ ଏକ ଜାତୀୟ ପାଠଚକ୍ର ଆୟୋଜିତ ହୋଯାଇଅଛି । ଏହି ପାଠ୍ୟଚକ୍ରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଉମା ବଲ୍ଲଭ ମହାପାତ୍ର ମୁଖ୍ୟ ଅତିିଥି ଭାବେ ଯୋଗ ଦେଇଥିଲେ । ଆଇ.ଆଇ.ଟି ଧନବାଦ୍‌ର ପ୍ରଫେସର ଅଜିତ କୁମାର ବେହୁରା ନିଜର ସାରଗର୍ଭକ ଅଭିଭାଷଣରେ ମୁଖ୍ୟତଃ ସେ ବିଜ୍ଞାନ ଓ ଯାନ୍ତ୍ରିକ କୌଶଳ ସହର ଦର୍ଶନ ପ୍ରାସଙ୍ଗିକତା ବିଷୟରେ ଆଲୋଚନା କରିଥିଲେ । ଆଇ.ଆଇ.ଟି ଭୁବନେଶ୍ବରର ପ୍ରଫେସର ରିଚା ଶୁକ୍ଳା ଅନେକ ଅର୍ଥରେ ଦାର୍ଶନିକ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସଭାର ପରବର୍ତ୍ତୀ ବକ୍ତା ହିସାବରେ ବିଭାଗୀୟ ମୁଖ୍ୟ ତଥା ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରାଧ୍ୟାପକ ରାଜ କିଶୋର ପାତ୍ର ଏ.ଆଇ ବୁଦ୍ଧିମତା‌ ସଚେତନଶୀଳତା ଏବଂ ନୈତିକତା ଶୀର୍ଷକ ଉପରେ ଆଲୋଚନା କରିଥିଲେ । ଏଥିରେ ଦର୍ଶନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଜେଭିୟର ଖେସ, ବଂଶୀଧର ଦୀପ, ଡ଼‌ ପଙ୍କଞ୍ଜିନୀ ମୂଳିଆ ଯୋଗ ଦେଇଥିଲେ । ବିଶ୍ୱବିଦ୍ୟାଳୟର ଅନ୍ୟ ବିଭାଗର‌ ଅଧ୍ୟାପକ ଓ ଅଧ୍ୟାପିକା ଓ ବିଭାଗୀୟ ଛାତ୍ରଛାତ୍ରୀମାନେ ଉପସ୍ଥିତ‌ ରହି ବକ୍ତାମାନଙ୍କ ସହ ମତ ବିନିମୟ କରିଥିଲେ । ପରିଶେଷରେ ବିଭାଗୀୟ ପ୍ରାଧ୍ୟାପକ ବଂଶୀଧର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.