jayashree

ଜଳନ୍ଧର ବଧ ସହ ଶ୍ୟାମା ଜ୍ୟୋତି ମହୋତ୍ସବ ଉଦ୍‌ଯାପିତ

  • କଳାକାର ଓ ପ୍ରତିଭାଧାରୀ ହେଲେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲରେ ଚାଲିଥିବା ପଞ୍ଚ ଦିବସୀୟ ଶ୍ୟାମା ଜ୍ୟୋତି ମହୋତ୍ସବ ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି । ପ୍ରବଳ ଭିଡ଼ଥିବା ଶେଷ ରଜନୀରେ ଜଳନ୍ଧର ବଧ ଦୃଶ୍ୟ ପରିବେଷିତ ହେବା ସହ ଅଞ୍ଚଳର କଳାକାରମାନଙ୍କୁ ସମ୍ମାନିତ କରାଯାଇଛି । କାଳୀ ପୂଜାରେ ବହୁ ଦିନରୁ ସହଯୋଗ କରୁଥିବା ପଣ୍ଡିତ ଫୌଜଲାଲ ନନ୍ଦ, ମୂର୍ତ୍ତି କାରିଗର ଅର୍ଜୁନ ଗିଙ୍ଗିରା, ଡେକୋରେଟର ରକ୍ଷିତ ସେଠ ଓ ସନ୍ତୋଷ ଭୋଇ, ସାଉଣ୍ଡ ଏଣ୍ଡ ଲାଇଟ ନାରାୟଣ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିବା ବେଳେ ନାଟ୍ୟକଳାରେ ଉତ୍କର୍ଷତା ପାଇଁ ନାଟ୍ୟକାର ରାଜକୁମାର ସାହୁଙ୍କୁ ଉପଢୌକାନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଛି । ଚତୁର୍ଥ ରଜନୀରେ ସୁନ୍ଦରଗଡ଼ର କିଷାନ ଆଦିବାସୀ ନୃତ୍ୟ ଓ ଶେଷ ଦିନରେ ଛୁମକୁ ଛୁମା କଳାପରିଷଦ ବରଗଡ଼ର କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ । ଦରବାରର ପ୍ରଥମ ଅଧିବେଶନରେ ବରଗଡ଼ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମାନ ଶନ୍ତ୍ରାସ ନାରାୟଣ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହୋତ୍ସବର ଖୁବ ପ୍ରଶଂସା କରିଥିଲେ । ଜଳନ୍ଧର ମହାରାଜଙ୍କ ଦରବାରରେ ନିଷ୍ଠାର ସହିତ କଳା ଓ କଳାକାରଙ୍କ ସେବା କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ ଅଧିକାରୀ । ସେହିପରି ପରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ବିକାଶ ଗ୍ରୁପର ଚେୟାର ପରସନ ଡି ମୁରଲୀ କ୍ରିଷ୍ଣା, ବିଶିଷ୍ଟ ଯୁବ ନେତା ଓ ସମାଜସେବୀ ପ୍ରୀତେଶ ବହିଦାର ଯୋଗଦେଇ ଦର୍ଶକମାନଙ୍କୁ ଉତ୍ସାହିତ କରିଥିଲେ । କମିଟି ତରଫରୁ ଟଙ୍କଧର ମେହେର, ଚିତ୍ତ ଦାଶ, ଭରତ ମେହେର, ଛତ୍ରପତି ରଣା, ରାଜୀବ ମେହେର, ଦେବରାଜ ଡନସେନା, ରାଜକୁମାର ବେହେରା ମଂଚାସୀନ ଥିବା ବେଳେ ନାଟ୍ୟକାର ରାଜକୁମାର ସାହୁ ଓ ଶିକ୍ଷାବିତ ଗୋବର୍ଦ୍ଧନ ବରିହା ସଭା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମରେ ମନୋଜ ମେହେର, ପ୍ରେମାନନ୍ଦ ବାରିକ, ସଂଜୀବ ସାହୁ, ଟଙ୍କଧର ମେହେର, ଦେବରାଜ ଡନସେନା, ମୋହନ ମେହେର, ଛତ୍ରପତି ରଣା ମଂଚାସୀନ ଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ନାଟ୍ୟକାର ରାଜକୁମାର ସାହୁ ଓ ଶିକ୍ଷାବିତ ଗୋବର୍ଦ୍ଧନ ବରିହା ପରିଚାଳନା କରିଥିବା ବେଳେ ମନୋଜ ମେହେର, ବିବେକା ବେହେରା, ଛାୟା ମେହେର, ପୁରୁଷୋତ୍ତମ ବରିହା, ସଂଜୀବ ମେହେର, ପବିତ୍ର ମେହେର, ଉମେଶ ଅଗ୍ରୱାଲ, ବିଜେଶ୍ୱର ମେହେର, ଛତ୍ରପତି ରଣା, ଚିତ୍ରସେନ ବେହେରା, ରାଜୀବ ମେହେର, ଭରତ ମେହେର, ଆଜାଦ ଦାଶ, ସୁଶାନ୍ତ ବେହେରା, ଚିତ୍ରସେନ ବେହେରା, ସଂଜୀବ ମେହର, ସୁଶାନ୍ତ ମହାପାତ୍ର, ମଲ୍ଲିକ, ଲୋଚନ ବରିହା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.