ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା ଅଭିଯୋଗ ହୋଇଛି । ଫସଲହାନୀ ଯୋଗୁଁ ଜଣେ ଚାଷୀ ନେଲେ ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏଭଳି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ବୁବେଲ ଗାଁରୁ । ଗତକାଲି ସଂଧ୍ୟାରେ ପଚାଶ ବର୍ଷୀୟ ଚାଷୀ ରମେଶ ଭୋଇ ନିଜ ଚାଷ ଜମିରେ ବିଷ ପିଇ ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତି କରାଯାଇଥିଲା । ଗତ ବିଳମ୍ବିତ ରାତିରେ ଚାଷୀଙ୍କ ମୃତ୍ୟୁ ଘଟିଥିଲା । ଚକଡା ପୋକ ଯୋଗୁଁ ଧାନ ଚାଷ ନଷ୍ଟ ହେବାରୁ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ ରମେଶଙ୍କ ପରିବାର ଲୋକେ । ମୃତ ରମେଶଙ୍କ ସ୍ତ୍ରୀ ସିଲେଇ କାମ କରନ୍ତି । ସ୍ଵାମୀ ଚାଷ କରି ପରିବାର ଭରଣ ପୋଷଣ କରନ୍ତି । ତାଙ୍କର ଦୂଇଟି ସନ୍ତାନ ଅଛନ୍ତି, ବର୍ତ୍ତମାନ ତାଙ୍କର ଭରଣ ପୋଷଣ କିଏ କରିବ ସେହି ଚିନ୍ତରେ ଅଛନ୍ତି ପତ୍ନୀ । ପୁଇଁତଲା ପୋଲିସ, ବିଧାୟକ ଡ.ମୁକେଶ ମହାଲିଙ୍ଗ, ବଲାଙ୍ଗିର କୃଷି ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.