csstore

ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ସମିତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡକ ସୁରକ୍ଷା ସମିତିର ମାସିକ ଆଲୋଚନା ସଭା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏଥିରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ଆଞ୍ଚଳିକ ପରିବହନ ଅଧିକାରୀ ଅକ୍ଷୟ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ବିମଳେନ୍ଦୁ ରାୟ ସମସ୍ତ ଅଧିକାରୀମାନଙ୍କୁ ଜିଲ୍ଲାର ଦୁର୍ଘଟଣାଜନିତ ମୃତ୍ୟୁ ହାରକୁ ହ୍ରାସ କରିବା ନିମନ୍ତେ ସମସ୍ତେ ସଚେତନ ହୋଇ କାର୍ଯ୍ୟ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏନ୍‌ଏଚ୍‌ ବିଭାଗ ଅଧୀନରେ ଥିବା ରାସ୍ତା ଉପରେ ଅବସ୍ଥିତ ଥିବା ବୃକ୍ଷ ମାନଙ୍କରେ ତୁରନ୍ତ ରେଡିଅମ ରି ଫ୍ଲେକ୍ଟର ଲଗାଇବା ପାଇଁ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ, ବଲାଙ୍ଗିରଙ୍କୁ ନିର୍ଦେଶ ଦେଇଥିବା ବେଳେ ବୁଢ଼ାରଜା ଛକରେ ଟ୍ରାଫିକ ପୋଷ୍ଟ ବ୍ୟବସ୍ଥା ସହ ଉନ୍ନତିକରଣର ବ୍ୟବସ୍ଥା ପାଇଁ ଆର୍ ଆଣ୍ଡ ବିର ନିର୍ବାହୀ ଯନ୍ତ୍ରୀଙ୍କୁ ତଥା ବ୍ଲକ ଛକରୁ କୁଞ୍ଜ ଛକ ପର୍ଯ୍ୟନ୍ତ ରାସ୍ତାରେ ଆଲୋକିକରଣ ନିମନ୍ତେ ପଦକ୍ଷେପ ନେବା ପାଇଁ ଇ.ଓ ମୁନିସିପାଲଟିଙ୍କୁ ନିର୍ଦେଶ ଦେଇଥିଲେ । ପରି ଶେଷରେ ହେଲମେଟ ପରିଧାନ ନକରି ଗାଡି ନ ଚଲେଇବା ପାଇଁ ପରିବହନ ବିଭାଗ ଓ ପୋଲିସ ବିଭାଗର ଅଧିକାରୀଙ୍କୁ ଏ ଦିଗରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ କଡ଼ା କଡ଼ି ଚେକିଙ୍ଗ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ରାୟ ।

jayashree
Leave A Reply

Your email address will not be published.