ଦିଗପହଣ୍ଡିରେ ଥିବା ଅଗ୍ରଣୀ ଆଡଭାନ୍ସ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ରରେ ଶିଶୁ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚନ୍ଦ୍ରଚୁଡେଶ୍ୱର ମନ୍ଦିରଠାରେ ସ୍ଥାନୀୟ ଅଞ୍ଚଳର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଆଡଭାନ୍ସ କମ୍ପ୍ୟୁଟର ସେଣ୍ଟର ପକ୍ଷରୁ ଶିଶୁ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଏସ. ଶଙ୍କର ଦୋରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ଵର ସ୍ଥିତ ଜାତୀୟ ଆଞ୍ଚଳିକ ରୋଜଗାର କେନ୍ଦ୍ର ମୁଖ୍ୟ ତପନ କୁମାର ରାଉଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଓକେସିଏଲର ଗଞ୍ଜାମ ଜିଲ୍ଲା ମୁଖ୍ୟ ଏସ. ରେଖା ମହାନ୍ତି, ଗଜପତି ଜିଲ୍ଲାର ମୁଖ୍ୟ ଶ୍ରୀକାନ୍ତ ମହାନ୍ତି, ଦିଗପହଣ୍ଡିର ଅଧିବକ୍ତା ତଥା ସାମ୍ବାଦିକ ହର ପ୍ରସାଦ ରଥ, ଫାଶିଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ଶିକ୍ଷାବିତ ନରସିଂହ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । ଗଞ୍ଜାମ ଓ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ଦିନରେ ପ୍ରତିଯୋଗିତାମୂଳକ ମନୋନୟନ କ୍ଷେତ୍ର ପାଇଁ ଭଲ ଭାବେ ପ୍ରସ୍ତୁତ ହେବା ନିମନ୍ତେ ଅତିଥିମାନେ ଆହ୍ବାନ ଦେଇଥିଲେ । କେନ୍ଦ୍ର ପକ୍ଷରୁ ପୂର୍ବରୁ ଆୟୋଜିତ ଆଇ.ଟି. ଜିନିଅସ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଭବାନୀ ଶଙ୍କର ହୋତା, ସ୍ମିତା ମହାରଣା, ସ୍ବର୍ଣ୍ଣଲତା ବେହେରା, ମନୀଷା ପ୍ରଧାନ, ଶିବାନି ସ୍ବାଇଁ, ମନୀଶା ପ୍ରଧାନ, ବର୍ଷାରାଣୀ ଶତପଥୀ, ଟୁକୁନି ପ୍ରଧାନ, ଗୀତାଞ୍ଜଳି ପାଣିଗ୍ରାହୀ, ସୁଦର୍ଶନ ନାୟକ ପରିଚାଳନା କରିଥିବା ବେଳେ ସୁନୀତା ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.