ଦିଗାମ୍ବର ଟ୍ରକ୍ ମାଲିକ ବିରୋଧରେ ସ୍ୱର ଉଠାଇଲେ ଗଞ୍ଜାମ ଟ୍ରକ୍ ମାଲିକ ସଂଘ : ଦିଗାମ୍ବର ଟ୍ରକ୍ ମାଲିକର ଅନୁପସ୍ଥିତିକୁ ନେଇ ନିଷ୍ପତ୍ତି ସ୍ଥଗିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ଦିଗାମ୍ବର ଟ୍ରକ୍ ମାଲିକ ପତିତପାବନ ସାହୁଙ୍କ ବିରୋଧରେ ସ୍ୱର ଉଠାଇଲେ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ଯାହାକି, ଏହାକୁ ନେଇ ଏକ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାର ଆଶଙ୍କା ଦେଖାଦେଇଛି । ଆଗାମୀ ବୈଠକରେ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଦିଗାମ୍ବର ଟ୍ରକ୍ ମାଲିକର ନିଜସ୍ୱ ଦୁଇଶହରୁ ଅଧିକ ଟ୍ରକ୍ ଆଦି ମାଲବାହୀ ଯାନବାହାନ କୌଣସି କମ୍ପାନୀ କାର୍ଯ୍ୟରେ ଭଡ଼ା ସୂତ୍ରରେ ଲାଗିପାରିବ ନାହିଁ ବୋଲି ପ୍ରଶାସନ ଚୂଡ଼ାନ୍ତ କରିଛି । ମଙ୍ଗଳବାର ଛତ୍ରପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଉପ-ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ଆର୍‌.ଟି.ଓ. ଏବଂ ଗଞ୍ଜାମ ଟ୍ରକ୍ ମାଲିକ ସଂଘର କର୍ମକର୍ତ୍ତା, ଟ୍ରକ୍ ମାଲିକ ପ୍ରତିନିଧି ମଣ୍ଡଳୀଙ୍କ ଆଲୋଚନା ହୋଇଥିଲା । ଏକ ଉଚ୍ଚସ୍ତରୀୟ ବୈଠକ ବସି ଉପରୋକ୍ତ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ନିଶ୍ଚିତ ହେବା ପରେ ବ୍ରହ୍ମପୁର ତଥା ଜିଲ୍ଲା ଟ୍ରକ୍ ମାଲିକ ସଂଘକୁ ମିଳିଲା ଶାନ୍ତିର ଆସ୍ୱସ୍ତି । ଗଞ୍ଜାମ ଟ୍ରକ୍ ମାଲିକ ସଂଘ ସହ ଜିଲ୍ଲାପ୍ରଶାସନର ମିଳିତ ସମନ୍ୱୟ ବୈଠକ ନିଷ୍ପତ୍ତି ପ୍ରକାରେ ଟ୍ରକ୍ ଭଡ଼ା କାରବାର ପ୍ରଚଳିତ ହେବ ବୋଲି ଜିଲ୍ଲାପ୍ରଶାସନ କହିଥିବା କୁହାଯାଏ । ଗଞ୍ଜାମ ଟ୍ରକ୍ ମାଲିକ ସଂଘ କହିବା ଅନୁସାରେ ଗଞ୍ଜାମ ଜିଲ୍ଲାରେ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ଅଧୀନରେ ପ୍ରାୟତଃ ତିନିହଜାର ଟ୍ରକ୍ ରହିଛି । ସେହି ସମସ୍ତ ମାଲିକ ଓ ତାଙ୍କ ଠାରେ ନିୟୋଜିତ ଡ୍ରାଇଭର ଓ କର୍ମଚାରୀମାନଙ୍କ ସ୍ୱାର୍ଥ ପୂରଣ କରିବା ଦିଗରେ ଜିଲ୍ଲା ପ୍ରଶାସନ ଚିନ୍ତା କରିବା ଆବଶ୍ୟକ । ସେହିପରି ସ୍ଥଳରେ ଦିଗାମ୍ବର ଟ୍ରକ୍ ମାଲିକ ପତିତପାବନ ସାହୁଙ୍କର କେବଳ ନିଜର ଦୁଇ ଶହରୁ ଅଧିକ ଟ୍ରକ୍ ରହିଥିବା ଜଣାଯାଏ । ଏ କ୍ଷେତ୍ରରେ କେବଳ ବାସ୍ତବିକ ଜଣଙ୍କର ବ୍ୟକ୍ତିଗତଙ୍କ ସ୍ୱାର୍ଥ ପ୍ରତି ପ୍ରଶାସନ ଦୃଷ୍ଟି ଦେଉଥିବା ଏକ ଅଗଣତାନ୍ତ୍ରିକ ଅଟେ ବୋଲି ଗଞ୍ଜାମ ଟ୍ରକ୍ ମାଲିକ ସଂଘ ଅଭିଯୋଗ କରିଛନ୍ତି । ସମସ୍ତ ମାଲିକଙ୍କ ସୁବିଧା ଦୃଷ୍ଟିରୁ ସମସ୍ତଙ୍କର ଗାଡ଼ି ସମନ୍ୱୟ ଭାବେ ଲଗାଯିବା ସାଂଗକୁ ସମସ୍ତଙ୍କର ବଞ୍ଚିବାର ଅଧିକାର ଦିଆଯାଉ ବୋଲି ମତପ୍ରକାଶ ପାଇଛି । ଗଞ୍ଜାମ ଟ୍ରକ୍ ମାଲିକ ସଂଘର ସଭାପତି ପ୍ରମୋଦ କୁମାର ଜେନା, ସାଧାରଣ ସମ୍ପାଦକ ରଞ୍ଜିତ କୁମାର ପଣ୍ଡା, ଉପ-ସଭାପତି କାଳିଚରଣ ସ୍ୱାଇଁ, ଯୁଗ୍ମ-ସମ୍ପାଦକ ସୁବାଷ ଚନ୍ଦ୍ର ପଣ୍ଡା, ଦକ୍ଷ-ସଦସ୍ୟ ବଳରାମ ଲେଙ୍କା ପ୍ରମୁଖ କହିଛନ୍ତି ଯେ, ପ୍ରଶାସନ ଉଚିତ୍‌ ନିଷ୍ପତ୍ତି ନ ନେଲେ ଆଗାମୀ ଦିନରେ ଗଞ୍ଜାମ ଟ୍ରକ୍ ମାଲିକ ସଂଘ ପକ୍ଷରୁ
ଜନ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ନେତ୍ତୃବର୍ଗ
ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.