ମଦନପୁରଠାରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରଠାରେ ଦୀପାବଳି ଉପଲକ୍ଷେ ୟଙ୍ଗ ଷ୍ଟାର କ୍ଲବ ତରଫରୁ ମହାଆଡମ୍ବରରେ ଡେନ୍ସ ବ୍ଲାଷ୍ଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଶ୍ଚିମ ଓଡିଶା କମେଡି କିଙ୍ଗ ଯୋଗେଶ ଯୋଯୋ ମୁଖ୍ୟ ଆକର୍ଷଣ ଥିବା ବେଳେ ଦକ୍ଷ ଉଦ୍‌ଘୋଷକ ରାଜୀବ ଲୋଚନ ମାଝୀଙ୍କ ଉପସ୍ଥାପନାକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ଏଥିରେ ଅତିଥି ଭାବେ ଯୁବ ସମାଜସେବୀ ନୀଳମାଧବ ସିଂଦେଓ(ବିଟୁ), ନର୍ଲା ବ୍ଲକ ଉପାଧ୍ୟକ୍ଷ ମୁନା ମହାନ୍ତି, ଯୁବ ନେତା ଶରତ ସାହୁ, ସରପଞ୍ଚ କେତକୀ ଦଣ୍ଡିଆ, ପୂର୍ବତନ ସରପଞ୍ଚ ଜୟରାମ ମହାନନ୍ଦ, ସମାଜସେବୀ ତଥା ସାମ୍ବାଦିକ ପ୍ରଦୀପ କୁମାର ସାହୁ, ସରୋଜ ସାହୁ ଓ ନରେଶ ଦଣ୍ଡିଆ ଏବଂ ବିଚାରକ ଭାବେ ଡେନ୍ସ ମାଷ୍ଟର ଚିରଞ୍ଜିବୀ ଭୋଇ ଓ ଆଲବମ କୁଇନ ଜୟଶ୍ରୀ ଦହଲ ଥିବା ବେଳେ ଏଥିରେ କଳାହାଣ୍ଡି, ବଲାଙ୍ଗିର ବରଗଡ, ସମ୍ବଲପୁର ଜିଲ୍ଲାରୁ ପ୍ରତିଯୋଗୀ ଆସିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ମଞ୍ଚ ପରିଚାଳନା ରାଜେନ୍ଦ୍ର କୁମାର କରିଥିବା ବେଳେ କ୍ଲବ ସଭାପତି ଆଶିଷ ଦଣ୍ଡିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ୟଙ୍ଗଷ୍ଟାର କ୍ଲବର ସମସ୍ତ ସଦସ୍ୟ ମାନେ ଶାନ୍ତିଶୃଙ୍ଖଳା ଓ ସହଯୋଗ କରିଥିଲେ ।

Leave A Reply

Your email address will not be published.