jayashree

ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏସିସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଏବଂ କଂଟାବାଂଜି ଏନ୍‌ଏ୍‌ସିସ୍ତରୀୟ ଭୀମ ବୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ମଂଗଲବାର ଦିନ ତୁରେକେଲା ବ୍ଲକ ସଦର ମହକୁମାର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ତୁରେକେଲା ବ୍ଲକର ୧୯ ଗୋଟି ପଂଚାୟତ ଏବଂ କଂଟାବାଂଜି ଏନ୍‌ଏ୍‌ସିର ଶତାଧିକ ହିତାଧିକାରୀ ସାମିଲ ହୋଇଥିଲେ । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭ ହେବା ପୂର୍ବରୁ ବ୍ଲକ ଅଧ୍ୟକ୍ଷା ପୂଜା ବେହେରା ମୁଖ୍ୟ ଅତିଥି ଭାବେ, ଉପାଧ୍ୟକ୍ଷା ଧନମତୀ ଖୁରା, ଜିଲ୍ଲା ପରିଷଦ କୌଶିକ ମେହେର ମଂଚାସୀନ ଥିବା ବେଳେ ବ୍ଲକ ସାମାଜିକ ଅଧିକାରୀ ହେମାନନ୍ଦ ବିଶ୍ୱାଲ ମଂଚ ପରିଚାଳନା କରିଥିଲେ । ସଭା କାର୍ଯ୍ୟ ପରେ ଶିବିର ପରିଚାଳନା କରାଯାଇଥିଲା । ଏହି ଶିବିରରେ ମୋଟ ୨୨୩ ଜଣଙ୍କ ନାମ ପଂଜିକରଣରୁ ୯୭ଟି ଦିବ୍ୟାଙ୍ଗ, ୪୨ଟି ବଧିର, ୩୩ଟି ଦୃଷ୍ଟିହୀନ, ୮୯ଟି ମାନସିକ ଏବଂ ୪୨ଟି ଅନ୍ୟାନ୍ୟ ରୋଗୀ ଚିହ୍ନଟ ହୋଇଥିଲା । ୫ଜଣଙ୍କୁ ଟ୍ରାଏସାଇକେଲ, ୫ଜଣଙ୍କୁ ୟଡିଆଡି ସାର୍ଟିଫିକେଟ୍‌ ଏବଂ ୨୯ଜଣଙ୍କୁ ଏଡ୍ସ ଉପକରଣ ପ୍ରଦାନ କରାଯାଇଥିଲା । ଏହି ଶିବିରରେ ବ୍ଲକର ସମସ୍ତ କର୍ମଚାରୀ, ଆଇ.ସି.ଡି.ଏସ.କର୍ମଚାରୀ ଥିବା ବେଳେ କାର୍ଯ୍ୟକ୍ରମଟିକୁ ସାମାଜିକ ଅଧିକାରୀ ବିଶ୍ୱାଲ ପରିଚାଳନା କରିଥିଲେ ।

Leave A Reply

Your email address will not be published.