କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ପାଳିତ

  • ରାଜନୈତିକ, ଶିକ୍ଷା ଏବଂ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱ
  • ଯାଦବ ସମାଜର କଂଟାବାଂଜି ଜିଲ୍ଲା ଦାବୀକୁ ସମର୍ଥନ ଜଣାଇଲେ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଶ୍ରୀଶ୍ରୀ ଗିରି ଗୋବର୍ଦ୍ଧନ ପୂଜା ମଂଗଲବାର ଦିନ ଧୁମ୍‌ଧାମ୍‌ରେ ପାଳିତ ହୋଇଛି । କଂଟାବାଂଜି ପୋରାଂଚଳ ଗିରି ଗୋବର୍ଦ୍ଧନ ପୂଜା କମିଟି ଦ୍ୱାରା ସ୍ଥାନୀୟ ଗୋରୁ ବଜାରଠାରେ ପାଳିତ ହୋଇଛି । ପ୍ରାତଃ ସକାଳରୁ ସ୍ଥାନୀୟ ଅଶୋକ ନଗର ଧୋବାପଡାରୁ ଏକ ଶୋଭାଯାତ୍ରା ନଗର ପରିକ୍ରମାର କରାଯାଇଥିଲା । ଏହି ଶୋଭାଯାତ୍ରରେ ଯାଦବମାନଙ୍କ ବାନାବାଡି ଗୌଡବାଡି ଖେଳ ନଗର ପରିକ୍ରମାରେ ଶତାଧିକ ମହିଳା ପୁରୁଷ ସାମିଲ ଥିଲେ । ନଗର ପରିକ୍ରମା ପରେ ଗୋରୁ ବଜାର ସ୍ଥିତ ମା’ ଚଣ୍ଡି ସମଲେଇ ଏବଂ ଶ୍ରୀ ଗିରି ଗୋବର୍ଦ୍ଧନଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଏହି ପୂଜା ଅର୍ଚ୍ଚନାରେ ଋଷିକେଶ ବାଗ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଉଲ୍ଲାସ ବାଗଯାଦବ କର୍ତା ଦାୟିତ୍ୱ ତୁଲାଇଥିଲେ । ଏହା ପରେ ଏକ ସାଧାରଣ ସଭା ହୋଇଥିଲା । ସଭାରେ ପୂଜା କମିଟିର ସଭାପତି ବେଦବ୍ୟାସ ନାଗ ସଭାପତିତ୍ୱ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭରୁଆପାଲି ସରପଂଚ ପୁରନ୍ଦର ବାଗ(ମୁଖ୍ୟ ଅତିଥି) ସମ୍ମାନିତ ଅତିଥି ଭାବେ ନଗର ସଭାପତି ଉଦ୍ଧବ ଘିଭେଲା, ସଂପାଦକ ସଂଜୟ ପୁୁଂଜି, ନାରୀନେତ୍ରୀ ମଧୁସ୍ମିତା ବଗର୍ତି (ସମ୍ମାନିତ ଅତିଥି), ଘନଶ୍ୟାମ ଗହିର(ମୁଖ୍ୟବକ୍ତା) ଭାବେ ମଂଚାସୀନ ଥିଲେ । ଅତିଥିମାନେ ଗୌଡ ସମାଜର ବିକାଶ ପାଇଁ ମୁଖ୍ୟତଃ ରାଜନୈତିକ, ଶିକ୍ଷା ତଥା ଅର୍ଥନୈତିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବା ସହିତ ସରକାର ଯାଦବ ଗଣନାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲି କହିଥିଲେ । ଏପରିକି ଏହି ସଭାରେ କଂଟାବାଂଜି ଜିଲ୍ଲା ଦାବୀକୁ ସମସ୍ତ ଯାଦବ ସମର୍ଥନ ଦେଇ ନାରାବାଜି କରିଥିଲେ । ଆଗାମୀ ଦିନରେ କଂଟାବାଂଜି ଜିଲ୍ଲା ଦାବୀକୁ ଯାଦବ ସମାଜ ସ୍ୱତଃ ପ୍ରବୃତ ଭାବେ ରାଜରାଜସ୍ତାକୁ ଆସିବ ବୋଲି ନାରାବାଜି କରିଥିଲେ । ସଭା ପରେ ଯାଦବ ଗୌରବ ଧର୍ମାନନ୍ଦ ଯୁଏଡ(ରକ୍ତଦାତା) ଡିଗେଶ୍ୱର ଠେଲା, ଦେବରାଜ ୟାଦବ, ମୋହନ ବନଛୋର, ଗଣେଶ ବାଗ, ପିଙ୍କୁ ବାଗ, ଚୌତନ୍ୟ ହଂସ, ଅରୁଣ ବାଗ, ବିଷ୍ଣୁ ଯୁଏଡ, କୈଲାଶ ହାତୀ, ଗୁର ପୁଞ୍ଜି, ଗୁଲ ଘିଭେଲା, ହରିହର ବାଗଙ୍କୁ ସମାଜ ତରଫରୁ ସମ୍ବର୍ନ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମଟିକୁ ଗୁରୁଦୟାଲ ହଂସ ପରିଚାଳନା କରିଥିଲେ । ସେହି ପରି କରୁଆଁ ମୁଣ୍ଡା ପଂଚାୟତ କୁଲିଆଦର ଗ୍ରାମବାସୀଙ୍କ ଶ୍ରୀ ଗିରିଗୋବର୍ଦ୍ଧନ ପୂଜାନୋତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ଯାଦବ ମହାସଭା ପ୍ରୋଜେକ୍ଟ ସେଲ ସଭାପତି ଲକ୍ଷ୍ମଣ ବାଗ, ତୁରେକେଲା ବ୍ଲକ ସରପଂଚ ସଂଘ ସଭାପତି ଜଲନ୍ଧର ମହାକୁଡ, ସାମାଜିକ କର୍ମୀ ଅର୍ଦ୍ଧେନ୍ଧୁ ଦାସ ୟାଦବ, ଉତ୍କଳ ଯାଦବ ମହାସଭା ସଂପାଦକ କୀର୍ତନ ନାୟକ ଅତିଥି ଭାବେ ଯାଗ ଦେଇଥିଲେ । ସେହିପରି ତୁରେକେଲା ବ୍ଲକର ତୁରେକେଲା, ମହୁଲପାଟି, ହଲନଭଟା, ମୁରିବାହାଲ, ବଙ୍ଗୋମୁଣ୍ଡା ବ୍ଲକରେ ବଙ୍ଗୋମୁଣ୍ଡା, ଅଲଣ୍ଡା, ଝିଙ୍କିଡୁଙ୍ଗୁରୀ ମୁରିବାହାଲ ବ୍ଲକର ଚଲକି, ହଲଦି, ମୁରିବାହାଲ, କୋକଡୁଙ୍ଗୁରୀଠାରେ ଯାଦବ ସମାଜ ଦ୍ୱାରା ଗିରିଗୋବର୍ଦ୍ଧନ ପୂଜା ଧୁମ୍‌ଧାମ୍‌ରେ ପାଳିତ ହୋଇଛି ।

Leave A Reply

Your email address will not be published.